ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଉ ଏକ ଖୁସି ଖବର। LPG ଟ୍ୟାଙ୍କର୍ MV ସନ୍ ସାଇନ ହର୍ମୁଜ ପ୍ରଣାଳୀ ପାର କରି ଏବେ ଭାରତ ଅଭିମୁଖେ ମୁହାଁଇଛି। ଭାରତୀୟ ନୌସେନା ଏବଂ ଅନ୍ୟାନ୍ୟ ଏଜେନ୍ସି ଜାହାଜକୁ ସୁରକ୍ଷା ଯୋଗାଇ ଦେଉଛନ୍ତି।ରିପୋର୍ଟ ଅନୁଯାୟୀ, ଏହି ସମ୍ବେଦନଶୀଳ ଅଞ୍ଚଳରୁ ସୁରକ୍ଷିତ ଭାବରେ ଖାଲି କରାଯାଇଥିବା ଏହା ଭାରତର ୧୫ତମ LPG ଜାହାଜ। MV ସନ୍ ସାଇନ ବୁଧବାର ହର୍ମୁଜ ପ୍ରଣାଳୀ ପାର କରି ଭାରତ ଅଭିମୁଖେ ବାହାରିଛି। ଭାରତୀୟ ନୌସେନା ଜାହାଜ ଉପରେ ନିରନ୍ତର ନଜର ରଖିଛି। ଏହାକୁ ସୁରକ୍ଷା ଯୋଗାଇ ଦେଉଛି।କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ସତ୍ତ୍ୱେ, ଭାରତ ଶକ୍ତି ଯୋଗାଣ ପରିସ୍ଥିତିକୁ ଭଲ ଭାବରେ ପରିଚାଳନା କରିଛି। ସରକାର ଜନସାଧାରଣଙ୍କ ଉପରେ ପ୍ରଭାବକୁ କମ କରିବା ପାଇଁ ପ୍ରୟାସ କରିଛନ୍ତି। ଯୋଗାଣ ପ୍ରଭାବିତ ନ ହେବା ନିଶ୍ଚିତ କରିବା ପାଇଁ ଏହି ସମୟ ମଧ୍ୟରେ ଘରୋଇ LPG ଉତ୍ପାଦନ ବୃଦ୍ଧି କରାଯାଇଛି।










