ନୟାଗଡ: ନୟାଗଡ ଓଡଗାଁରେ ଅଜିତ ସାହୁ ହତ୍ୟା ଘଟଣାରେ ଭୁଲ ଅଭିଯୁକ୍ତକୁ ଉଠାଇ ଆଣିଥିଲା କି ପୋଲିସ । ଏହି ମାମଲାରେ ପୋଲିସ କୁମୁଣ୍ଡ ମକରପଦା ଗାଁର ଶ୍ରୀଧର ସାହୁଙ୍କୁ ଗିରଫ କରିଥିଲା । ତେବେ ପରେ ତାଙ୍କୁ ଛାଡି ଦିଆଯାଇଛି । ନୟାଗଡ ଏସପି କହିଛନ୍ତି ଯେ, ଏଫଆଇଆରରେ ତାଙ୍କ ନାଁ ଥିଲା , ମୃତ ଅଜିତଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତାଙ୍କ ନାଁ ଥିଲା । ତେଣୁ ଆମେ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିଥିଲୁ । ତେବେ ତାଙ୍କ ନାଁ ସମ୍ପୃକ୍ତି ନଥିବା ଜାଣିବା ପରେ ତାଙ୍କୁ ଛାଡି ଦେଇଥିଲୁ ବୋଲି ଏସପି କହିଛନ୍ତି । ଏହି ଘଟଣାରେ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତ ଶ୍ରୀଧର ସାହୁଙ୍କୁ ଆଣିଥିବା ବେଳେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ।









