29.1 C
Bhubaneswar
Wednesday, May 13, 2026
Homeଓଡିଶାଲୋକ ରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଲୋକ ରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର/ବରଗଡ଼ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ମେ’ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

“ଲୋକ ରଞ୍ଜନୀ” କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ବରଗଡ଼ର ବିଧାୟକ ଶ୍ରୀ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗର୍ତିଆ ଏବଂ ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶାର ସମୃଦ୍ଧ ଲୋକ ସଂସ୍କୃତି ଓ ଲୋକ ନୃତ୍ୟ ଓ ସଙ୍ଗୀତ ସମ୍ପନ୍ଧରେ ଆଲୋକପାତ କରିବା ସହ ଲୋକ ରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାର ଯୁବ କଳାକାରମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଲୋକନୃତ୍ୟ ଓ ସଙ୍ଗୀତକୁ ଏକ ଅନନ୍ୟ ପରିଚୟ ପ୍ରଦାନ କରିଥିବା ସମସ୍ତ କଳାକାରମାନଙ୍କୁ ଅତିଥିମାନେ ସାଧୁବାଦ ଜଣାଇବା ସହ ଯୁବ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଉଦ୍‌ଯାପନୀ ସନ୍ଧ୍ୟା କାର୍ଯ୍ୟକ୍ରମରେ କଳାକାରମାନେ ଘୁଡ୍‌କା ନୃତ୍ୟ, ବଜନିୟା ନୃତ୍ୟ, ଘୋଡ଼ା ନାଚ, ପାଇକ ଆଖଡ଼ା, ଘୁମୁରା ନୃତ୍ୟ, ଧୁନକେଲ ନୃତ୍ୟ, ବାଘ ନୃତ୍ୟ, କୁଇ ନୃତ୍ୟ ଆଦି ପରିବେଷଣ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking