32.1 C
Bhubaneswar
Wednesday, May 13, 2026
Homeଦେଶ ବିଦେଶକନ୍ନଡ ଅଭିନେତା- ପ୍ରଯୋଜକ ଦୀଲିପ୍‌ ରାଜ୍‌ଙ୍କ ପରଲୋକ

କନ୍ନଡ ଅଭିନେତା- ପ୍ରଯୋଜକ ଦୀଲିପ୍‌ ରାଜ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: କନ୍ନଡ ଅଭିନେତା ତଥା ପ୍ରଯୋଜକ ଦୀଲିପ ରାଜଙ୍କର ବୁଧବାର ସକାଳେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କୁ ହୃଦଘାତ ଆସିବା ପରେ ତୁରନ୍ତ ବେଙ୍ଗାଲୁରୁର ଆପୋଲୋ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ । ଦିଲୀପ ରାଜଙ୍କ ପରଲୋକ କର୍ଣ୍ଣାଟକ ମନୋରଞ୍ଜନ ଜଗତ ପାଇଁ ଶକ୍ତ ଆଘାତ ପରି ହୋଇଛି । କଳାକାର, ସହ କଳାକାର, ପ୍ରଶଂସକ ଅନ୍ୟମାନେ ଜଣେ ପ୍ରତିଭାଶାଳୀ ଅଭିନେତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି । ୧୯୭୮ ମସିହା ସେପ୍ଟେମ୍ବର ୨ ତାରିଖରେ ଦିଲୀପ୍ ରାଜ ଜନ୍ମଗ୍ରହଣ କରିଥି‌ଲେ। ଟିଭି, ଥିଏଟର, ଫିଲ୍ମ ଓ ପ୍ରଯୋଜନା ସହିତ କନ୍ନଡ଼ ମନୋରଞ୍ଜନ ଶିଳ୍ପ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ଟିଭି ପୂର୍ବରୁ ଥିଏଟର ଓ ମଞ୍ଚ କଳାକାର ଭାବେ ତାଙ୍କର ଖୁବ ଲୋକପ୍ରିୟତା ରହିଥିଲା। କନ୍ନଡ ସିନେମା ଏବଂ ଟେଲିଭିଜନରେ ତାଙ୍କର ଅବଦାନକୁ ପ୍ରଶଂସକ ଏବଂ ସହକର୍ମୀମାନେ ସର୍ବଦା ମନେ ରଖିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking