35.1 C
Bhubaneswar
Tuesday, May 12, 2026
Homeଓଡିଶାକେନ୍ଦୁପତ୍ର ସଂଗ୍ରହ ବେଳେ ଭାଲୁ ଆକ୍ରମଣ: ଯୁବକ ଗୁରୁତର

କେନ୍ଦୁପତ୍ର ସଂଗ୍ରହ ବେଳେ ଭାଲୁ ଆକ୍ରମଣ: ଯୁବକ ଗୁରୁତର

ନୂଆପଡ଼ା: କେନ୍ଦୁପତ୍ର ସଂଗ୍ରହ ବେଳେ ଭାଲୁ ଆକ୍ରମଣ । ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଘଟିଥିବା ଭାଲୁ ଆକ୍ରମଣ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦୁପତ୍ର ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ସାମନ୍ତ ଛତର (୪୧) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।ସୂଚନା ଅନୁଯାୟୀ, ସାମନ୍ତ ଛତର ଆଜି ଭୋର ସମୟରେ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ସଂଗ୍ରହ ପାଇଁ ଯାଇଥିବାବେଳେ ହଠାତ୍ ଏକ ଜଙ୍ଗଲୀ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଥିଲା । ଭାଲୁର ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking