ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ । ଏନେଇ ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଚଳିତ ମାସର ତୃତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ । ଆସନ୍ତା ୧୪ରୁ ୨୧ ତାରିଖ ଭିତରେ ଫଳ ଘୋଷଣା କରାଯିବ। ପରୀକ୍ଷା ଫଳକୁ ଏବେ ଏକାଧିକ ଥର ଯାଞ୍ଚ କରାଯାଉଛିା ପରୀକ୍ଷା ଫଳ ତ୍ରୁଟିଶୂନ୍ୟ କରିବାକୁ ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ପାଠ୍ୟକ୍ରମ ସମେତ ଦୂର ନିରନ୍ତର ପାଠ୍ୟକ୍ରମର ଫଳ ମଧୟ ଗୋଟିଏ ଦିନରେ ପ୍ରକାଶ ପାଇବ ।










