35.1 C
Bhubaneswar
Monday, May 11, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବୃଦ୍ଧି

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବୃଦ୍ଧି

ନୂଆଦିଲ୍ଲୀ: କୁଏତକୁ ଟାର୍ଗେଟ କରି ହୋଇଥିବା ଡ୍ରୋନ ଆକ୍ରମଣକୁ ସଂଯୁକ୍ତ ଆରବ ଏମିରେଟ୍ସ ଦୃଢ ନିନ୍ଦା କରିଛି। ୟୁଏଇ ଏକ ସରାକରୀ ବିବୃତ୍ତି ଜାରି କରିଛି । ୟୁଏଇ ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ଏକ ଗମ୍ଭୀର ଉତ୍ତେଜନା ଭାବରେ ବର୍ଣ୍ଣନା କରିଛି। ଏହାକୁ କୁଏତର ସାର୍ବଭୌମତ୍ୱ ଉଲ୍ଲଂଘନ କରୁଥିବା ଏବଂ ଏହାର ସୁରକ୍ଷା ଏବଂ ସ୍ଥିରତାକୁ ବିପଦରେ ପକାଇଥିବା ଆତଙ୍କବାଦୀ ଆକ୍ରମଣ ବୋଲି କହିଛି । କୁଏତ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପୂର୍ବ ଘୋଷଣା ପରେ ଏହି ପ୍ରତିକ୍ରିୟା ଆସିଛି, ଯାହା ନିଶ୍ଚିତ କରିଛି ଯେ, ସେହି ଦିନ ସକାଳେ ଦେଶର ବାୟୁକ୍ଷେତ୍ରରେ ଅନେକ ଡ୍ରୋନ ଅନୁପ୍ରବେଶ କରୁଥିବା ଦେଖାଯାଇଥିଲା । ଏହି ଡ୍ରୋନ ଅସ୍ତ୍ରଗୁଡିକୁ ଅଟକାଯାଇଥିଲ।  ଏପ୍ରିଲ ୮ରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ହେବା ପରେ ଏହା ପ୍ରଥମ ଉଲ୍ଲଂଘନ ବୋଲି ବିଶ୍ୱାସ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking