32.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶବିଜୟ ମନ୍ତ୍ରିମଣ୍ଡଳର ଶପଥ

ବିଜୟ ମନ୍ତ୍ରିମଣ୍ଡଳର ଶପଥ

ଚେନ୍ନାଇ: ବିଜୟଙ୍କ ସହ ଟିଭିକେର ୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଲେ । ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଲେ ଏନ. ଆନନ୍ଦ । ଏନ. ଆନନ୍ଦଙ୍କ ପରେ ମନ୍ତ୍ରୀ ଭାବେ ଶପଥ ନେଲେ ଆଦବ ଅର୍ଜୁନ । ଟଭିକେ ମହାସଚିବ କେ.ଜି ଅରୁଣରାଜ ମନ୍ତ୍ରୀ ଭାବେ ଶପଥ ନେଲେ । ଅଭିଜ୍ଞ ରାଜ ନେତା କେ. ଏ ସେଙ୍ଗୋଟେୟନ ମନ୍ତ୍ରୀ ଭାବେ ଶପଥ ନେଲେ । ଥିରୁ ଭେଙ୍କଟରମଣନ, ନିର୍ମଲକୁମାର, ରାଜମୋହନ, ଟିକେ ପ୍ରଭୁ ଏବଂ ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଶପଥ ନେଲେ ସେଲଭି ଏସ. କୀର୍ତ୍ତନା । ସମସ୍ତଙ୍କୁ ପଦ ଗୋପନୀୟାତାର ସହ ଶପଥ ପାଠ କରାଇଲେ ରାଜ୍ୟପାଳ । ଟିଭିକେ ମୁଖ୍ୟ ଚନ୍ଦ୍ରଶେଖର ଜୋସେଫ ବିଜୟ ଆଜି ଚେନ୍ନାଇର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ତାମିଲନାଡୁର ୯ମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲଗା ଭେଟ୍ଟ୍ରି କାଝାଗମର ମୁଖ୍ୟ ବିଜୟଙ୍କୁ ଶପଥ ପାଠ କରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking