ନୂଆଦିଲ୍ଲୀ:ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି ଦେଶର ନୂତନ ସିଡିଏସ ହେବେ । ସେ ତିନୋଟି ସଶସ୍ତ୍ର ବାହିନୀରେ କମାଣ୍ଡ ହେବେ । କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି (ଅବସର ପ୍ରାପ୍ତ)ଙ୍କୁ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଭାବରେ ନିଯୁକ୍ତ କରିଛନ୍ତି । ସେ ବର୍ତ୍ତମାନର ସିଡିଏସ ଜେନେରାଲ ଅନିଲ ଚୌହ୍ୱାନଙ୍କ ସ୍ଥାନ ନେବେ , ଯାହାଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ରେ ଶେଷ ହେଉଛି । କାର୍ଯ୍ୟଭାର ଗ୍ରହଣ କରିବା ପରେ ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରମଣି ବ୍ୟାପାର ବିଭାଗର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିବେ ।










