ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଜଣେ ପୁଲିସ କର୍ମୀଙ୍କୁ ପୋଲିସ ଆଖି ଆଗରେ ଭିଡ ପିଟିିପିଟି ମାରି ଦେବାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଏହି ବିଷୟକୁ ନେଇ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପିସିସି ମୁଖପାତ୍ର ସୋନାଲୀ ସାହୁ ସରକାରଙ୍କୁ କଟୁ ଭାଷାରେ ସମାଲୋଚନା କରି କହିଛନ୍ତି ଯେ ଓଡିଶାରେ ତାଲିବାନୀ ଶାସନ ଚାଲୁଛି ପ୍ରତ୍ଯେକ ଦିନ ରାଜ୍ଯରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ, ହତ୍ଯା ଓ ଡକାୟତି ବୃଦ୍ଧିପାଇ ପରିସ୍ଥିତି ଅସମ୍ଭାଳ ହେଲାଣି କିନ୍ତୁ ବିଜେପି ନେତା ମନ୍ତ୍ରୀ ବିଧାୟକ ଓ ସାଂସଦ ଝାଲମୁଢୀ ଖାଉଛନ୍ତି। କିଛି ଦିନ ତଳେ ପୁରୀର କଣାସରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ଦିନ ଦ୍ବିପ୍ରହରରେ ହତ୍ଯା ଉଦ୍ଯମ କରାଗଲା। ପୁଣି ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁର ତିନି ବର୍ଷ ଶୁଶୁ ର ମା ସ୍ବାମୀ ନିର୍ଯ୍ୟାତିତ ପୂଜା ସ୍ବାଇଁଙ୍କୁ ତାଙ୍କ ସ୍ବାମୀ ତାଙ୍କୁ ଘରୁ ତଡି ଦେଇଥିବା ବେଳେ ତାଙ୍କ ସ୍ବାମୀ କେଖରିଡା ଗାଁର ଜିଣ୍ଟୁ ଗୌଡ ଙ୍କ ଘରଆଗରେ ଧାରଣାରେ ବସିଥିଲେ ଏଥିରେ ଜିଣ୍ଟୁ ଗୌଡ ଙ୍କ ସାନଭାଇ ଉତ୍ଯକ୍ତ ହୋଇ ତିନି ବର୍ଷର ଶିଶୁ ଆଗରେ ମାକୁ ଅତି ନିର୍ମମ ଭାବରେ ଟାଙ୍ଗଆରେ ହାଣି ହତ୍ଯା କଲା। ଠିକ୍ ସେଭଳି ପୁଣି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲିଅନ୍ତା ଥାନା ଅଞ୍ଚଳରେ। ବେଣୁପୁର ଅଞ୍ଚଳରେ ଓଲଟପୁର ଥାନା ଅନ୍ତର୍ଗତ ମୌରାପୁରର ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଦୁଇଜଣ ଯୁବତୀ ଙ୍କୁ ଅସଦାଚରଣ କରିବାକୁ ନେଇ ଉପସ୍ଥିତ ଭିଡ ସୌମ୍ୟଙ୍କୁ ହାତଗୋଡ ବାନ୍ଧି ପିଟିପିଟି ମାରିଦେଲେ। ଏଭଳି ଗୋଟିଏ ପରେ ଗୋଟିଏ ମର୍ମନ୍ତୁତ ଘଟଣା ଘଟିଚାଲିଥିଲେ ମଧ୍ୟ ସରକାର ପ୍ରତିକ୍ରିୟାହିନ ହୋଇ ବସିରହିଛନ୍ତି। ଖୋଦ୍ ମୁଖ୍ଯମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି ଓ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ବିଭାଗୀୟ ପରାମର୍ଶଦାତା କହିଛନ୍ତି। ତଥାପି ଆଇନ ଶୃଙ୍ଖଳା ପରିସ୍ଥିତି ଅବନତିର କାରଣ କଣ ।
କାରଣ ହେଉଛି ସରକାର ଦିଲ୍ଲୀ ରୁ ଚାଲିଛି। ପ୍ରଥମ କଥା ହେଲା ରାଜ୍ଯରେ ମହିଳା ଅସୁରକ୍ଷିତ ମହିଳାଙ୍କୁ ସୁରକ୍ଷା ଦେବାରେ ପୋଲିସ ସଂପୂର୍ଣ୍ଣ ବିଫଳ। ଯେତେବେଳେ ଦୁଇଜଣ ଯୁବକ ଏହି ଦୁଇଜଣ ଯୁବତୀଙ୍କୁ ଅସଦାଚରଣ କଲେ ସେତେବେଳେ ଯୁବତୀଙ୍କ ଭିତରୁ ଜଣେ ୧୧୨ ପୁଲିସ ହେଲ୍ପଲାଇନକୁ କଲ କରିଥିଲେ। କିନ୍ତୁ ପୋଲିସ ଘଟଣାସ୍ଥଳରେ ନପହଞ୍ଚିବାରୁ ଯୁବତୀ ମାନେ ଗାଁ ଲୋକଙ୍କୁ ଫୋନକଲ କରି ଡାକିଥିଲେ। ଗାଁଲୋକେ ପହଞ୍ଚି ସେମାନେ ମଧ୍ୟ ୧୧୨ କୁ କଲ କରିଥିଲେ ତଥାପି ମଧ୍ୟ ପୋଲିସ ନ ଆସିବାରୁ ଜମାହୋଇଥିବା ଉତ୍ଯକ୍ତ ଭିଡ ସଂଘବଦ୍ଧ ଭାବରେ ମାଡମାରିଲେ ଯେତେବେଳେ ଘଟଣା ଉଗ୍ରରୂପ ଧାରଣ କଲା ପୋଲିସ ଆସି ପହଞ୍ଚିଲା ତେବେ ପ୍ରଶ୍ନ ଉଠୁଛି ଏତେ ସମୟ ଧରି ପୋଲିସ କରୁଥିଲା କଣ । ଯଦି ଘଟଣା ଘଟି ସାରିଲା ପରେ ତେବେ ପୋଲିସ ପ୍ଲାଟୁନ ସହିତ କାହିଁକି ଆସିଲାନାହିଁ। ପ୍ରଶ୍ନ ଉଠୁଛି ଇଆରଏସଏସ ବା ଏମରଜେନ୍ସି ରେସପନ୍ସ ସର୍ପୋଟ ସିଷ୍ଟମ କଣ୍ଟ୍ରୋଲରୁମ କାହା କଣ୍ଟ୍ରୋଲ ରେ ଅଛି। ଦିଲ୍ଲୀ, ବିହାର ନା ୟୁପି ? କେତେଥର ୧୧୨ କୁ କଲ କରାଯାଇଛି ତାର ଯାଞ୍ଚହେଉ । ପୋଲିସ କଣ ନେତା ମନ୍ତ୍ରୀ ବିଧାୟକ ସାଂସଦଙ୍କୁ କେବଳ ସୁରକ୍ଷା ଦେବାକୁ ନିଯୁକ୍ତ କରାଯାଇଛି କି ? ପୋଲିସ ର ଅବହେଳା ପାଇଁ ଗୋଟିଏ ପରେ ଗୋଟିଏ ଜୀବନ ଦୀପ ଲିଭିଯାଉଛି। ରାଜ୍ଯରେ ଆଇନ ଶୃଙ୍ଖଳା ବୋଲି ଆଉ କିଛି ନାହିଁ ରାଜ୍ଯସରକାର ସାଧାରଣ ଜନତାଙ୍କ ସୁରକ୍ଷାକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇସାରିଲେଣି ବୋଲି ଶ୍ରୀମତି ସାହୁ ନିଜ ବକ୍ତବ୍ଯରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ମଧ୍ୟ ଉପସ୍ଥିତ ରହିଥିଲେ ।










