27.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତ ମାରିସା ଗେରାର୍ଡସଙ୍କୁ ଭେଟି ଉଭୟ ଦେଶ ମଧ୍ୟରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗର ନୂତନ ଦିଗ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଶିକ୍ଷାଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଚର୍ଚ୍ଚା କରାଯାଇଛି । ଏହି ଆଲୋଚନା ଅନୁଯାୟୀ, ଭାରତ ଏବଂ ନେଦରଲ୍ୟାଣ୍ଡ ଆସନ୍ତା ଶିକ୍ଷା ବର୍ଷରୁ ହାଇଡ୍ରୋଜେନ, ସେମିକଣ୍ଡକ୍ଟର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସହରୀ ବିକାଶ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକରେ ସଂଗଠିତ ଭାବେ କାର୍ଯ୍ୟ କରିବେ । ଏହି ଭାଗିଦାରୀ ମାଧ୍ୟମରେ ନୂତନତା, ଗବେଷଣା ଏବଂ ଜ୍ଞାନର ଆଦାନପ୍ରଦାନ ପାଇଁ ନୂତନ ମାର୍ଗ ପ୍ରଶସ୍ତ ହେବ, ଯାହା ଶିକ୍ଷା କ୍ଷେତ୍ରରେ ଏକ ଉତ୍ତମ ପରିବେଶ ସୃଷ୍ଟି କରିବ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ମିଳିତ ପ୍ରୟାସ ଦୁଇ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା ସହ ଏକ ଭବିଷ୍ୟତ ଗଠନ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking