27.1 C
Bhubaneswar
Thursday, May 7, 2026
Homeଓଡିଶାକଣାସରେ ରକ୍ତରଞ୍ଜିତ ମାଛ ମାର୍କେଟ: ରାଜ୍ୟ ସରକାରଙ୍କୁ କଂଗ୍ରେସର ତୀବ୍ର ସମାଲୋଚନା

କଣାସରେ ରକ୍ତରଞ୍ଜିତ ମାଛ ମାର୍କେଟ: ରାଜ୍ୟ ସରକାରଙ୍କୁ କଂଗ୍ରେସର ତୀବ୍ର ସମାଲୋଚନା

ଭୁବନେଶ୍ୱର: ଗତ ୨ ମେ’ରେ କଣାସ ଗୋଲାବଜାର ଛକ ନିକଟସ୍ଥ ମାଛ ମାର୍କେଟରେ ଘଟିଥିବା ନୃଶଂସ ବର୍ବରତା ଓ ହଣାକଟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଶାସକ ବିଜେପିର ‘ଡବଲ ଇଂଜିନ’ ସରକାରଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛି ସତ୍ୟବାଦୀ କଂଗ୍ରେସ। ବାଲି ସିଣ୍ଡିକେଟକୁ ନେଇ ସଂଘର୍ଷ* ସୂଚନା ଅନୁଯାୟୀ, ନଦୀ ଖୋଳା ଓ ବାଲି ଘାଟକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର ଏବଂ ସାଂସଦ ସମ୍ବିତ ପାତ୍ର ଏହି ବାଲି ସିଣ୍ଡିକେଟକୁ ଖୁଲମଖୁଲା ସମର୍ଥନ କରିଆସୁଛନ୍ତି। ପ୍ରଶାସନ ଆଖି ଆଗରେ ଦିନ ଦ୍ଵିପ୍ରହରରେ ପନିକିରେ ହଣାକଟା ହେବା ଘଟଣା ସ୍ଥାନୀୟ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ଅତି ନିକଟତର ହୋଇଥିବାରୁ ପୋଲିସ ତାକୁ ଗିରଫ କରିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ପକ୍ଷରୁ ଶାନ୍ତି ଶୋଭାଯାତ୍ରା* ଏହି ଅରାଜକତା ବିରୋଧରେ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସତ୍ୟବାଦୀ କଂଗ୍ରେସ ପକ୍ଷରୁ ଆଜି ଏକ ବିଶାଳ ରାଲି ଆୟୋଜନ କରାଯାଇଥିଲା। ସ୍ଥାନୀୟ ଦୋକନ୍ଦା ମେଳଣ ପଡିଆ ଠାରୁ ଶତାଧିକ ମହିଳା ଓ ପୁରୁଷ ଏକଜୁଟ ହୋଇ ଘଟଣା ସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ। କମିଶନ ଗଠନ ପାଇଁ ଦାବି* ଏହି ଶାନ୍ତି ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଯୋଗ ଦେଇଥିଲେ। ସେ ସରକାରଙ୍କ ଉପରେ ବର୍ଷିବା ସହ କହିଥିଲେ ଯେ, “କଣାସରେ ଗୁଣ୍ଡାରାଜ ଚାଲିଛି। ସରକାର ତୁରନ୍ତ ଏକ ସ୍ୱତନ୍ତ୍ର କମିଶନ ବସାଇ ଏହି ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ।” ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଲକ କଂଗ୍ରେସ ସଭାପତି ସୁବାସ ମହାପାତ୍ର, କଣାସ ବ୍ଲକ କଂଗ୍ରେସ ସଭାପତି ତ୍ରିନାଥ ଛୋଟରାୟ ଜିଲ୍ଲା କଂଗ୍ରେସ ଉପସଭାପତି ସଂଗ୍ରାମ କେଶରୀ ବଳିୟାରସିଂ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ବିଫଳତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଯଦି ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking