ନୟାଗଡ଼: ପ୍ରଶାସନର ନାଲି ଆଖିରେ ଶହ ଶହ ଦୋକାନୀ ସର୍ବହାର ହୋଇପଡିଛନ୍ତି । ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ଚାଲିଲା ବୁଲଡୋଜର । ୪୦ ବର୍ଷ ଧରି ଯେଉଁ ଦୋକାନ ସାହାରା ସାଜିଥିଲା, ତାହା ଏବେ ମାଟିରେ ମିଶିଯାଇଛି । ପ୍ରଶାସନ ଦେଇଥିବା ନିର୍ଦ୍ଦେଶରେ ଦୋକାନୀମାନେ କ୍ଷୟକ୍ଷତିରୁ ରକ୍ଷା ପାଇବାପାଇଁ ଉଦୁଉଦିଆ ଖରାରେ ଦୋକାନରୁ ସାମାନ ସବୁ ଘର ମାନଙ୍କୁ ବୋହିନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ପ୍ରଶାସନ ପକ୍ଷରୁ ୫ ତାରିଖରେ ଭାପୁର ବଜାରରେ ଥିବା ସରକାରୀ ଜାଗାରେ ଦୋକାନ ଘରସବୁ ଉଛେଦ ପାଇଁ ତିନିଥର ନୋଟିସ ହୋଇଥିଲା । ନୋଟିସ୍ ପରେ ଉଛେଦ ଜାଗା ଚିହ୍ନଟ ପ୍ରକ୍ରିୟା ସମାପ୍ତ ହୋଇଥିଲା। ଦୋକାନୀ ମାନେ ପ୍ରଶାସନର ନିର୍ଦ୍ଦେଶକୁ ପାଥେୟ କରି ବହୁ ଦୋକାନୀ ନିଜ ନିଜ ସମାନ ଘର ମାନଙ୍କୁ ବୋହିନେଉଥିବା ଦେଖିବାକୁ ମିଳିଛି । ଫଳରେ ବଜାରରେ ଜନସମାଗମ ସହିତ ବଜାର ଉପରେ ନିଆଁ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।










