26.1 C
Bhubaneswar
Sunday, May 3, 2026
Homeଓଡିଶାଜଳ ପରିଚାଳନା ସମସ୍ୟା ପରିପ୍ରେକ୍ଷୀରେ ଜୋଙ୍କ ଜଳସେଚନ ପ୍ରକଳ୍ପ ଅଞ୍ଚଳକୁ ଗସ୍ତ କରିବ ବିଜେଡି ପ୍ରତିନିଧି...

ଜଳ ପରିଚାଳନା ସମସ୍ୟା ପରିପ୍ରେକ୍ଷୀରେ ଜୋଙ୍କ ଜଳସେଚନ ପ୍ରକଳ୍ପ ଅଞ୍ଚଳକୁ ଗସ୍ତ କରିବ ବିଜେଡି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର:  ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ୫ ମଇ ୨୦୨୬ ତାରିଖରେ ଜୋଙ୍କ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳଗୁଡିକୁ ଗସ୍ତ କରିବ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ । ଏହି ଗସ୍ତ ଅନୁଚିତ ଜଳ ପରିଚାଳନା ସମ୍ପର୍କିତ ଗୁରୁତର ଚିନ୍ତାବୋଧକୁ ଦୃଷ୍ଟିରେ ରଖି କରାଯାଉଛି, ଯାହା ଫଳରେ ୪ ହଜାର ହେକ୍ଟରରୁ ଅଧିକ ଧାନ ଚାଷ ପ୍ରଭାବିତ ହୋଇଛି ଏବଂ ୭୦%ରୁ ଅଧିକ ଫସଲ କ୍ଷତି ହେବାର ସମ୍ଭାବନା ରହିଛି । ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ସହିତ ସ୍ଥାନୀୟ ନେତୃତ୍ୱଙ୍କ ଉପସ୍ଥିତି, ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା କୃଷକମାନଙ୍କର କଣ୍ଠସ୍ୱରକୁ ସୁଦୃଢ କରିବା ସହ ତାଙ୍କର ଅଭିଯୋଗଗୁଡିକୁ ସଠିକ ଭାବେ ମୂଲ୍ୟାଙ୍କନ ଓ ସମାଧାନ କରିବାରେ ସହାୟକ ହେବ ।

ନିମ୍ନଲିଖିତ ପ୍ରତିନିଧି ମଣ୍ଡଳୀ ଗସ୍ତ କରିବେ:
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ଏବଂ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ
ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ବିଧାୟକ
ଶ୍ରୀ ପ୍ରଦୀପ ଦିଶାରୀ, ବିଧାୟକ ଏବଂ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି
ଶ୍ରୀମତୀ ବର୍ଷା ସିଂହ ବରିହା, ବିଧାୟିକା
ଶ୍ରୀ ସରୋଜ ମେହେର, ପୂର୍ବତନ ବିଧାୟକ ଏବଂ ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି
ଶ୍ରୀ ଅବନୀ ରଞ୍ଜନ ଯୋଶୀ, ପ୍ରତିନିଧିମଣ୍ଡଳୀର ସମନ୍ୱୟକାରୀ ଏବଂ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି
ଶ୍ରୀ ମନୋଜ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ, ବିଜେଡି
ଶ୍ରୀମତୀ ଡଲି ମାଝୀ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ନୂଆପଡା
ଶ୍ରୀ ରାଜେଶ ନିଗମ, ରାଜ୍ୟ ସମ୍ପାଦକ, ବିଜେଡି
ଏମ୍ଡି ଜୁନେଦ, ରାଜ୍ୟ ସମ୍ପାଦକ, ବିଜେଡି
ଶ୍ରୀମତୀ ଦୀପିକା ଦୀପ, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ, ନୂଆପଡା
ଶ୍ରୀ ମୁରଲୀଧର ଭୋଇ, ଜିଲ୍ଲା ପରିଷଦ ସଦସ୍ୟ
ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ
ଶ୍ରୀମତୀ ଉମା ଠାକୁର, ଜିଲ୍ଲା ପରିଷଦ ସଦସ୍ୟା

ଏହା ସହିତ ନୂଆପଡା ବିଜେଡିର ବ୍ଲକ ସ୍ତରୀୟ କର୍ମକର୍ତ୍ତାମାନେ ମଧ୍ୟ ଏହି ଗସ୍ତରେ ଯିବେ । ପ୍ରତିନିଧି ମଣ୍ଡଳୀ, ପ୍ରଭାବିତ କୃଷକମାନଙ୍କ ସହ ଆଲୋଚନା କରିବା ସହିତ ବିସ୍ତୃତ ମୂଲ୍ୟାଙ୍କନ କରିବେ । ଏହାପରେ ୪ରୁ ୫ ଦିନ ମଧ୍ୟରେ ବିଜେଡିର ମାନବ୍ୟର ସଭାପତିଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରାଯିବ, ଯେଉଁଥିରେ ପରିସ୍ଥିତିର ବିବରଣୀ ଏବଂ ଆବଶ୍ୟକ ସୁପାରିଶଗୁଡ଼ିକ ରହିବ । କୃଷକମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ଜଳସେଚନ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାକୁ ସମାଧାନ ପାଇଁ ବିଜୁ ଜନତା ଦଳ ସର୍ବଦା ପ୍ରୟାସରତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking