27.1 C
Bhubaneswar
Friday, May 1, 2026
Homeଓଡିଶାନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ପୋଚିଲିମାର ମହିଳା ସରପଞ୍ଚ ସମ୍ବର୍ଦ୍ଧିତ

ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ପୋଚିଲିମାର ମହିଳା ସରପଞ୍ଚ ସମ୍ବର୍ଦ୍ଧିତ

କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ସୂଚକାଙ୍କରେ ‘ଏ’ ଗ୍ରେଡ୍ ପାଇଛି ପୋଚିଲିମା
ବିପର୍ଯ୍ୟୟ ପରିଚାଳନାଠୁ ସ୍ୱାସ୍ଥ୍ୟସେବା, ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପ୍ରତ୍ୟେକ କ୍ଷେତ୍ରରେ ଉକ୍ରର୍ଷତା ପ୍ରତିପାଦିତ
ନବୀନ ସରକାରଙ୍କ ମାର୍ଗଦର୍ଶନରେ ଏହି ସଫଳତା ମିଳିପାରିଛି
ଭୁବନେଶ୍ୱର: କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟ ଦ୍ୱାରା ସମସ୍ତ କ୍ଷେତ୍ରରେ ଉକ୍ରର୍ଷତା ପ୍ରତିପାଦିତ କରି ହିଞ୍ଜିଳି ବ୍ଲକର ପୋଚିଲିମା ଗ୍ରାମପଞ୍ଚାୟତ, ରାଜ୍ୟର ଶ୍ରେଷ୍ଠ ଗ୍ରାମପଞ୍ଚାୟତ ରୂପେ ବିବେଚିତ ହେବା ପରେ ଆଜି ମାନ୍ୟବର ବିରୋଧୀ ଦଳର ନେତା ତଥା ହିଞ୍ଜିଳି ବିଧାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ପୋଚିଲିମା ସରପଞ୍ଚ ଓ ସମିତି ସଭ୍ୟଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଆଜି ନବୀନ ନିବାସରେ ପୋଚିଲିମା ସରପଞ୍ଚ ରଞ୍ଜିତା କୁମାରୀ ଦାସ, ସମିତିସଭ୍ୟା ଆରତୀ ନାୟକ, ବେଲଗାଁ ସରପଞ୍ଚ ଲକ୍ଷ୍ମୀ ସାହୁ ଓ ସମିତି ସଭ୍ୟା ଲିଲି ପଣ୍ଡାଙ୍କୁ ଏହି ଉଲ୍ଲେଖନୀୟ ସଫଳତା ଲାଗି ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରାୟ ୬ ହଜାର ଲୋକସଂଖ୍ୟା ବିଶିଷ୍ଟ ପୋଚିଲିମା ପଞ୍ଚାୟତରେ ସମସ୍ତଙ୍କ ପାଇଁ ପକ୍କା ଘର ହୋଇ ପାରିଥିବା ସହ ସମସ୍ତ ଯୋଗ୍ୟ ବରିଷ୍ଠ ନାଗରିକ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଶିଶୁ ଓ ମାତୃ ମୃତୁ୍ୟହାର ଶୂନ ପ୍ରତିଶତ ଥିବାବେଳେ ଶତପ୍ରତିଶତ ଟିକାକରଣ ହୋଇପାରିଛି । ୨୮ଜଣ ଏସ୍ଏସ୍ଜି ମହିଳା ୪ ଗୋଟି ପୋଖରିରେ ମାଛ ଚାଷ କରି ବାର୍ଷିକ ୬.୫ ଟନ୍ ମାଛ ଉତ୍ପାଦନ କରି ସ୍ୱାବଲମ୍ବି ହୋଇପାରିଛନ୍ତି । ମିଶନଶକ୍ତି ଜରିଆରେ ପଞ୍ଚାୟତର ୬୫ଟି ସ୍ୱଂୟସହାୟକ ଗୋଷ୍ଠୀ ବ୍ୟାଙ୍କ ସହାୟତାରେ ଆତ୍ମନିର୍ଭର ହୋଇପାରିଛନ୍ତି ।

ଉଭୟ ପଞ୍ଚାୟତର ମହିଳା ନିର୍ବାଚିତ ପ୍ରତିନିଧିମାନେ ନବୀନବାବୁଙ୍କ ଦ୍ୱାରା ଆଜି ସମ୍ବର୍ଦ୍ଧିତ ହେଲା ପରେ ଖୁସି ବ୍ୟକ୍ତି କରିବା ସହ ଏହି ସଫଳତା ପାଇଁ ନବୀନ ବାବୁଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ଦୁଇ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଶଙ୍ଖ ଭବନ ଠାରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଶ୍ରୀ ଦେବାନନ୍ଦ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ମିହିର ରାୟ, ଇପ୍ସିତା ସାହୁ, ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଧାନସଭାରେ ଆଲୋଚନା କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ, ଦୁଇ ଜଣ ମହିଳା ନିର୍ବାଚିତ ପ୍ରତିନିଧିଙ୍କ ଏହି ଉଲ୍ଲେଖନୀୟ ସଫଳତା ବାବଦରେ ପଦୁଟିଏ କହିବା ଉଚିତ ମନେକଲେ ନାହିଁ ବୋଲି ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking