29.1 C
Bhubaneswar
Tuesday, April 28, 2026
Homeଅପରାଧପ୍ରେମିକାକୁ ନେଇ ଘରକୁ ଆସିଲା ସ୍ବାମୀ, ବିରୋଧ କରିବାରୁ ସ୍ତ୍ରୀକୁ ମାରିଦେଲା

ପ୍ରେମିକାକୁ ନେଇ ଘରକୁ ଆସିଲା ସ୍ବାମୀ, ବିରୋଧ କରିବାରୁ ସ୍ତ୍ରୀକୁ ମାରିଦେଲା

ନୂଆଦିଲ୍ଲୀ : ସ୍ବାମୀଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ କଥା ଶୁଣିଲେ ସ୍ତ୍ରୀଙ୍କ ମୁଣ୍ଡକୁ ଚଢ଼ିଯାଏ ପିତ । ଆଉ ଘରକୁ ଯଦି ପ୍ରେମିକା ସହ ସ୍ବାମୀ ଆସେ କେଉଁ ସ୍ତ୍ରୀ ବା ସହିପାରିବ । ସଉତୁଣୀ କେବେ ମଧ୍ୟ କୌଣସି ମହିଳା ଚାହାନ୍ତି ନାହିଁ । ତେବେ ସ୍ବାମୀ ଯେତେବେଳେ ନିଜ ପ୍ରେମିକା ସହ ଘରକୁ ଆସିଲେ ଏହାକୁ ବିରୋଧ କଲେ ସ୍ତ୍ରୀ । ରାଗିଯାଇ ଦୁଇ ଛୁଆଙ୍କ ଆଗରେ ହତ୍ୟା କଲା ସ୍ବାମୀ । ବିହାରର ବୈଶାଳି ଜିଲ୍ଲା କାଜିପୁର ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ଖବର । ମୃତ ମହିଳା ଜଣକ ହେଲେ ଗୁଞ୍ଜା । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତ ସ୍ବାମୀ ହେଲା ସୁମନ ।

ଖବର ଅନୁସାରେ, ଶନିବାର ବିଳମ୍ବିତ ରାତିରେ ସୁନମ ତାଙ୍କ ପ୍ରେମିକାକୁ ଧରି ଘରକୁ ଆସିଥିଲେ । ଗୁଞ୍ଜା ଏହାକୁ ବିରୋଧ କରିଥିଲେ । ମାତ୍ର ସୁମନ କିଛି ଶୁରିନଥିଲେ । ଓଲଟା ଗାଳି ଦେବା ସହ ମାଡ଼ ମାରିଥିଲେ । ପରେ ଗୁଞ୍ଜା ତାଙ୍କ ବାପାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଯାହା ଶୁଣିବା ପରେ ସୁମନର ରାଗ ଅଧିକ ବଢ଼ିଯାଇଥିଲା । ସେ ଗଳା କାଟି ହତ୍ୟା କରିଥିଲା । ଆଉ ପ୍ରେମିକାକୁ ଧରି ଫେରାର ହୋଇଯାଇଥିଲା । ଘର ବାହାରୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲା ।

ସକାଳୁ ସ୍ଥାନୀୟ ଲୋକେ ପିଲାଙ୍କ କାନ୍ଦ ଶୁଣି ଘରକୁ ଯାଇଥିଲେ । ମାତ୍ର ବାହାରୁ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ପୁଲିସକୁ ଖବର ଦେବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ପର ନାରୀର ପ୍ରେମ ଏତେ ବାୟା କଲା ଯେ ପିଲାଙ୍କ ମୁହଁକୁ ମଧ୍ୟ ଚାହିଁ ନଥିଲେ ସୁମନ । ଯାହାକୁ ନେଇ ଯିଏ ଶୁଣୁଛି ସେ ନିନ୍ଦା କରୁଛି । ପ୍ରେମିକା ସହ ଫେରାର ହୋଇଥିବା ସୁମନ ଏବଂ ତାଙ୍କ ପ୍ରେମିକାଙ୍କୁ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ଖୁବଶୀଘ୍ର ଧରା ପଡ଼ିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସେପଟେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking