31.1 C
Bhubaneswar
Sunday, April 26, 2026
Homeଓଡିଶାଦାମଙ୍କ ପ୍ରତିମୂର୍ତ୍ତି ଭଙ୍ଗାର ତଦନ୍ତ ହେଉ: ବିଭୂ

ଦାମଙ୍କ ପ୍ରତିମୂର୍ତ୍ତି ଭଙ୍ଗାର ତଦନ୍ତ ହେଉ: ବିଭୂ

ଭୁବନେଶ୍ୱର: ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂ ତରାଇ ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ଏହାର ତଦନ୍ତ ଦାବି କରାଯାଇଛି । ଡିଏଫଓଙ୍କ ସହ ମୁଁ ନିଜେ କଥା ହୋଇଥିଲି, କିପରି ଭଙ୍ଗା ହେଲା ଜାଣିନି । କାହା ଚାପରେ ଭଙ୍ଗାଗଲା ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ । ଏରସମା ଶିଆଳିକୁ ପର୍ଯ୍ୟଟନ କ୍ଷେତ୍ର କରିବାରେ ଦାମ ବାବୁଙ୍କ ଅବଦାନ ବହୁତ । ଏପରି ଭାବେ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ସୂଚନାଥାଉକି, ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ପୁଅ ସମ୍ବିତ ଗତକାଲି ପ୍ରତିକ୍ରିୟା ରଖି କହିଥିଲେ ଏରସମାର ଶିଆଳିକୁ ବିକଶିତ କରିଥିଲେ ଦାମୋଦର ରାଉତ । ସେଠିକାର ଲୋକେ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥାନ୍ତେ । ଆସନ୍ତା ୨୬ ତାରିଖରେ ଉଦଘାଟନ କରିଥାନ୍ତେ ସାଂସଦ ବିଭୂ ତରାଇ । କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଲା ବୋଲି କହିଛନ୍ତି, ସମ୍ବିତ ରାଉତରାୟ । ପ୍ରଶାସନ ଭାଙ୍ଗିବା ପରିବର୍ତ୍ତେ ସ୍ଥାନାନ୍ତରିତ କରିପାରିନଥାନ୍ତା । ପ୍ରଶାସନର ଔଦ୍ଧତ୍ୟ, ମୁଁ ଏହାକୁ ଗ୍ରହଣ କରି ପାରୁ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking