ଭୁବନେଶ୍ୱର: ବିଜେଡି ବିଧାୟକ ଅରୁଣ ସାହୁଙ୍କୁ କାଉଣ୍ଟର କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସଂସଦର ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ % ସଂରକ୍ଷଣକୁ ବିରୋଧ କଲେ । ସେ ବିଷୟରେ ଆଲୋଚନା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ମହିଳାଙ୍କୁ ଯେଉଁ ଦେଶ ଓ କାଜ୍ୟ ଅଗ୍ରାଧିକାର ଦେଉଛି ସେ ଦେଶ ସେତେ ଆଗୁଆ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ବିରୋଧୀମାନେ ବିରୋଧ କଲେ, ତାହା ନିନ୍ଦନୀୟ । ବିଜେଡି ତାଙ୍କ ସମୟରେ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲା । ଗାଁକୁ କାମ ମାଙ୍କୁ ସମ୍ମାନ କହୁଥିଲେ , କିନ୍ତୁ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିଲା । ସେମାନେ କରିପାରିନଥିଲେ, ବିଜେପି କରୁଥିବାରୁ ସହି ପାରୁନାହାନ୍ତି । ଏପଟେ ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କରି ବିଧାୟକ ଅରୁଣ ସାହୁ କହିଥିଲେ କୌଣସି କାରଣ ନଥାଇ ଅବେଳରେ ସଂସଦ ଡାକିଥିଲେ କେନ୍ଦ୍ର ସରକାର । ଏହା ପୂର୍ବରୁ ୪୮ ଘଣ୍ଟାରେ ବିଧାନସଭା ଡାକିବାକୁ ଦାବି କରିଥିଲେ ବିରୋଧୀଦଳ ନେତା । ବିଲ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ ଆଣିଲେ । ବିଲ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର କଲା । ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି ।










