29.1 C
Bhubaneswar
Friday, April 24, 2026
Homeଓଡିଶା୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା

୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ତାତିର କର୍ଫ୍ୟୁ । ଆଜି ବି ୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା । ୪୪.୬ ସହ ସବୁଠୁ ଉତ୍ତପ୍ତ ସହର ପାଲିଟିଛି ଝାରସୁଗୁଡ଼ା । ସେହିପରି ୪୨.୮ ସହ ସମ୍ୱଲପୁର ପାଲଟିଛି ଦ୍ୱିତୀୟ ଉତ୍ତପ୍ତ ସହର । ଆସନ୍ତା ଦୁଇ ସପ୍ତାହ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିବନି ତ୍ରାହି । ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଝାରସୁଗୁଡାରେ ୪୪.୬ °C, ସମ୍ୱଲପୁରରେ ୪୨.୮ °C, ହୀରାକୁଦରେ ୪୨.୨ °C, ରାଉରକେଲାରେ ରାଉରକେଲାରେ ୪୨.୨°C ରେକର୍ଡ ହୋଇଛି । ସେହିଭଳି ଭୁବନେଶ୍ବରରେ ୩୯.୨°C ଓ କେନ୍ଦୁଝରରେ ୩୮.୬ °C ରେକର୍ଡ ହୋଇଛି ।ଆଜି ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର । ୧୭ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking