38.1 C
Bhubaneswar
Friday, April 24, 2026
Homeଦେଶ ବିଦେଶଇସ୍ତ୍ରାଏଲର ଯୁଦ୍ଧବିରତି ଉଲ୍ଲଂଘନ‌: ଦକ୍ଷିଣ ଲେବାନନ୍‌ ଉପରେ ବଡ଼ ଆକ୍ରମଣ

ଇସ୍ତ୍ରାଏଲର ଯୁଦ୍ଧବିରତି ଉଲ୍ଲଂଘନ‌: ଦକ୍ଷିଣ ଲେବାନନ୍‌ ଉପରେ ବଡ଼ ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ ଯୁଦ୍ଧବିରତି ତିନି ସପ୍ତାହ ବୃଦ୍ଧି ହୋଇଥିଲେ ମଧ୍ୟ ଶୁକ୍ରବାର ପ୍ରତ୍ୟୁଷରେ ଇସ୍ରାଏଲ ଦକ୍ଷିଣ ଲେବାନନ୍‌ ଉପରେ ବଡ଼ଧରଣର ଆକ୍ରମଣ କରିଛି। ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଅସ୍ତ୍ରବିରତି ଉଲ୍ଲଂଘନ କରି ଭୋର ସମୟରେ ମାର୍ଜାୟୁନ୍ ଜିଲ୍ଲାର ଟୌଲିନ୍ ସହରରେ ଏକ ଘର ଉପରେ ଆକ୍ରମଣ କରିଥିଲେ। ପରେ ସେହି ଅଞ୍ଚଳରେ ତୋପ ମାଡ଼ କରାଯାଇଥିଲା। ଲେବାନନ୍‌ ନ୍ୟୁଜ ଏଜେନ୍ସି କହିଛି ଯେ, ଖେରବେଟ୍ ସେଲମ୍ ସହରକୁ ଟାର୍ଗେଟ କରି ଅତିରିକ୍ତ ବିମାନ ଆକ୍ରମଣ କରାଯାଇଥିଲା।ଟାୟାର ଜିଲ୍ଲାରେ ଇସ୍ରାଏଲ ବିମାନ ମଜଦାଲ ଜାଉନ୍‌ର ଉପକଣ୍ଠରେ ଆକ୍ରମଣ କରିଥିଲା। ଏହାସହିତ ରାତିସାରା ଜେଜିନ ଅଞ୍ଚଳର ରିହାନ୍‌ ହାଇଟ୍ସ ଉପରେ ଆକ୍ରମଣ ହୋଇଥିଲା। ଇସ୍ରାଏଲ ଆକ୍ରମଣରେ ଦକ୍ଷିଣ ଲେବାନନ୍‌ରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ ତିନି ସପ୍ତାହ ପାଇଁ ଯୁଦ୍ଧବିରତି ବୃଦ୍ଧି ଘୋଷଣା କରିବାର କିଛି ଘଣ୍ଟା ପରେ ତେଲ ଅଭିଭ୍‌ ପକ୍ଷରୁ ଏହି ଆକ୍ରମଣ ହୋଇଥିଲା। ଏପ୍ରିଲ ୧୬ରେ ଆମେରିକା ଦୁଇ ଦେଶ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି ଘୋଷଣା କରିଥିଲା। ମାର୍ଚ୍ଚ ୨ରୁ ଇସ୍ରାଏଲ ଲେବାନନ୍ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଏଥିରେ ୨,୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହିତ ୧ ନିୟୁତରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking