35.2 C
Bhubaneswar
Tuesday, April 21, 2026
Homeଓଡିଶାପିସିସି ପକ୍ଷରୁ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଶ୍ରାଦ୍ଧ ଉତ୍ସବ ପାଳିତ

ପିସିସି ପକ୍ଷରୁ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଶ୍ରାଦ୍ଧ ଉତ୍ସବ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଶ୍ରାଦ୍ଧ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ବହୁ କଂଗ୍ରେସ ନେତୃବୃନ୍ଦ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାଙ୍ଗ ଅବୟବରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ପରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରକୁ ପିସିସି ସଭାପତି ଶ୍ରୀ ଦାସ ରିବନ କାଟି ଉଦ୍‌ଘାଟନ କରିଥିଲେ । ପରେ ବହୁ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଯୋଗିନାଥ ବାହୁବଳେନ୍ଦ୍ର, ମନୋଜ ବିଶ୍ୱାଳ, ମିହିର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ ଓ ବଳଦେବ ରଥ ପ୍ରମୁଖ ପରିଚାଳନା କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସମିର କୁମାର ରାଉତରାୟ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଡ. ଦେବାଶିଷ ପଟ୍ଟନାୟକ, ଯଶୋବନ୍ତ ସିଂ ଲାଗୁରି, ରଞ୍ଜିତ ପାତ୍ର, ୟାସିର ନୱାଜ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ପ୍ରକାଶ ଜେନା, ଶାନ୍ତାୟନ ମିଶ୍ର, ସସ୍ମିତା ପଣ୍ଡା, ତରୁଣ ମିଶ୍ର, ଅଭୟ ସାହୁ, ମାନସ ଆଚାର୍ଯ୍ୟ, ବିଶ୍ୱଜିତ ଦାଶ, ହଳଧର ସେଠୀ, ସଂଜୟ ପଟ୍ଟନାୟକ, ପ୍ରଣତୀ ମିଶ୍ର, ବାଙ୍କନିଧି ବେହେରା, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ସସ୍ମିତା ପଣ୍ଡା, ପ୍ରଦୀପ ମହାପାତ୍ର, ଭାସ୍କର ସେଠୀ, ପ୍ରଶାନ୍ତ ଚମ୍ପତ୍ତି, ମାନସ କର, ଅଶିତ ପଟ୍ଟନାୟକ, ପ୍ରଭାସକର ମହାପାତ୍ର, ଶିଳ୍ପିଶ୍ରୀ ହରିଚନ୍ଦନ, ସତ୍ୟବ୍ରତ ନାୟକ, ଶିବ ପ୍ରସାଦ ଦାଶ, କାର୍ତ୍ତିକ ଚନ୍ଦ୍ର ବରାଳ, ସୌମ୍ୟ ବରାଳ, କାର୍ତ୍ତିକେଶ୍ୱର କାଣ୍ଡି, ମନୋଜ ସାହୁ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ବିଭୁ ମିଶ୍ର, ରାଜକିଶୋର ବାରିକ, ଜ୍ୟୋତିଷ ସାହୁ, କିରଣ ସାହୁ, ସୂର୍ଯ୍ୟକାନ୍ତ ଜେନା, ଗୋପନ ମାର୍ଥା, ଘନ ମହାନ୍ତି, ହିଂମାଶୁ ଲେଙ୍କା, ନଳୀନିକାନ୍ତ ନାୟକ, ଜୟକୃଷ୍ଣ ସୁବୁଦ୍ଧି, ବିନୋଦ ପାତ୍ର, କୈଳାସ ସାହୁ, ଉଦିତ ପ୍ରଧାନ, ସୁକାନ୍ତ ପ୍ରଧାନ, ଅମରେନ୍ଦ୍ର ପାଇକରାୟ, ଏମଡି ସାହାଦୁଲ୍ଲା, ଆତ୍ମାରାମ ପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking