ଭୁବନେଶ୍ୱର: ଇସ୍କନ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଶାରେ ତୀବ୍ର ଅସନ୍ତୋଷ ଓ ବିରୋଧ ପ୍ରକାଶ ପାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହିଁ ରଥଯାତ୍ରା ପାଳନ କରାଯାଏ, କିନ୍ତୁ ଇସ୍କନ ବିଦେଶର ବିଭିନ୍ନ ସ୍ଥାନରେ ନିଜର ସୁବିଧା ଅନୁସାରେ ଅନ୍ୟ ତାରିଖରେ ଏହି ଯାତ୍ରା କରୁଥିବାରୁ ବିବାଦ ଉପୁଜିଛି । ଶ୍ରଦ୍ଧାଳୁ, ସାଧୁସନ୍ଥଙ୍କ ପରେ ବିଭିନ୍ନ ମନ୍ଦିରର ସେବାୟତ ଏହାକୁ ନିନ୍ଦା କରିଛନ୍ତି । ଆଗକୁ ଆନ୍ଦୋଳନ ଧମକ ଦେବା ସହ, ପଦକ୍ଷେପ ନେବାକୁ ସରକାରଙ୍କୁ ଅପିଲ୍ କରିଛନ୍ତି ।










