ଭୁବନେଶ୍ୱର: ଷ୍ଟିଲ ସିଟି ରାଉରକେଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ପରେ ରଖିଲେ ଅଭିଭାଷଣ । ରାଷ୍ଟ୍ରପତି କହିଛନ୍ତି, ଓଡିଶାର ସଂସ୍କୃତି ଓ ପରମ୍ପରା ମହାନ । ସୁନ୍ଦରଗଡର କଳା ସଂସ୍କୃତି ଓଡିଶାକୁ ପରିପୂର୍ଣ୍ଣ କରିଛି । ସୁନ୍ଦରଗଡ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ପରିଚିତ । ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ହକିରେ ସୁନ୍ଦରଗଡ ସାରା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଦିଲ୍ଲୀପ ତିର୍କୀ , ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଗୌରବ ବଢାଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଅଧିକରୁ ଅଧିକ ଏକଲବ୍ୟ ସ୍କୁଲମାନ ପ୍ରତିଷ୍ଠା କରାଯାଉଛି । ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ । ପ୍ରଧାନମନ୍ତ୍ରୀ ଜନମନ ଯୋଦନା ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛି । ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କୁ ଆଗକୁ ନେବାକୁ ପଡିବ । ମୁଖ୍ୟମନ୍ତ୍ରୀ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟ ବେଶ ପ୍ରଂଶନୀୟ ଅଟେ । ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ୱପ୍ନ ପୂରଣ ହୋଇପାରିବନି । ଓଡିଶାରେ କାର୍ଯ୍ୟ କରୁଥିବା ସୁଭଦ୍ରା ଯୋଜନା ମହିଳାଙ୍କୁ ଆଗକୁ ନେବ ।










