31.1 C
Bhubaneswar
Saturday, April 25, 2026
Homeଓଡିଶାଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା

ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଜାରି ରହିବ । ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରଭାବ ଯୋଗୁଁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଅଧିକ ଗରମ ଅନୁଭୂତ ହେବ । ସେହିପରି ଦକ୍ଷିଣ ଓ ଉପକୂଳ ଓଡିଶାରେ ତାତି ସାମାନ୍ୟ କମ ରହିବ । କିନ୍ତୁ କାଳବୈଶାଖୀ ସମ୍ଭାବନା ରହିଛି । ସୋମବାର ଦିନ ବେଳା ୧୪ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଟପି ଯାଇଥିଲା। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କରିଥିବା ପୂର୍ବାନୁମାନ ଅନୁସାରେ ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଭଦ୍ରକ, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହିତ ୪୦ରୁ ୫୦ କିମି ବେଗରେ ପବନ ବୋହିବା ସମ୍ଭାବନା ଅଛି। ସେହିପରି ପୁରୀ, ନୟାଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନବରଙ୍ଗପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଜିଲାରେ ମଧ୍ୟ କାଳବୈଶାଖୀ ଆଶଙ୍କା ରହିଛି। ଦିନ ବେଳା ଗରମ ସହ ରାତିରେ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଏପରି ସ୍ଥିତି ଲାଗି ରହିବ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରଭାବ ଯୋଗୁଁ ପଶ୍ଚିମ ଓଡ଼ିଶା, ବିଶେଷକରି ଝାରସୁଗୁଡ଼ାରୁ ବଲାଙ୍ଗିର ପର୍ଯ୍ୟନ୍ତ ସମସ୍ତ ଜିଲାରେ ଅଧିକ ତାତି ଅନୁଭୂତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking