ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା ପର୍ବର ଶୁଭ ଅବସରରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ତରଫ ରୁ ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ସୁମଣା ଶାସନ ଗ୍ରାମ ପଞ୍ଚାୟତ ରେ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱ ରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଙ୍କ ଉପସ୍ଥିତିରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କୃଷି ପ୍ରାଧାନ୍ୟ ଭବ୍ୟ ସମାରୋହରେ ପ୍ରଥମେ ବିଲରେ ପୂଜାର୍ଚନା ପରେ ପିସିସି ସଭାପତି ଅଖିମୁଠି ଅନୁକୂଳ କରି ହଳ ଚାଲନା କରିଥିଲେ । ଏହି ସମାରୋହରେ ଆଖପାଖ ଗାଁର ଅନେକ କୃଷକ ଙ୍କ ସହିତ ସାଧାରଣଲୋକ ଭାଗନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେବାଦଳ ରାଜ୍ୟ ସଭାପତି ଶୁଭେନ୍ଦୁ ମହାନ୍ତି , ବେଣୁ ଭୋଇ,ନଳିନୀ ବେହେରା , ଜୟନ୍ତ ଭୋଇ ,ସ୍ୱାଗତିକା ପଟ୍ଟନାୟକ,ନିରଞ୍ଜନ ନାୟକ, ସୈାମ୍ୟ ରଞ୍ଜନ ଦାସ,ଶୈଳେନ୍ଦୁ ଦାସ,ସଦାଶିବ ମହାପାତ୍ର,ମନୋଜ ନାୟକ, ଜନ୍ମେଜୟ ସ୍ୱାଇଁ,ରସାନନ୍ଦ ପରିଡ଼ା,ସନ୍ତୋଷ ଭୋଳ,ତାପସ ସେଠୀ,ପୁଲିନ ମହାପାତ୍ର, ଗୋଲକ ବିହାରୀ ସ୍ୱାଇଁ,ସରୋଜ ପ୍ରଧାନ,ବାବୁଲି ପ୍ରଧାନ,ରମାକାନ୍ତ ସାହାଣୀ,ମୁସଲିମ ବକ୍ସ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।










