କଟକ: କଟକରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେବା ନେଇ ପ୍ରଭାତ ବିଶ୍ୱାଳ ପ୍ରତିକ୍ରିୟା ରଖି କହିଛନ୍ତି, ଆମ ନିର୍ବାଚନ ମଣ୍ଡଳୀକୁ ଆସିଥିବାରୁ ସୌଜନ୍ୟମୂଳକ ସାକ୍ଷାତ ଥିଲା । ମୁଁ କେଉଁ ଦଳକୁ ଯିବି ନିର୍ବାଚନ ମଣ୍ଡଳୀ ଲୋକଙ୍କ ପରାମର୍ଶ ପରେ ନିଷ୍ପତ୍ତି ନେବେ । ସୂଚନା ଥାଉକି, ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତ ବେଳେ ପ୍ରଭାତ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଗତକାଲି ହିଁ ଖଇରିଆ ପୋଷାକକୁ ଛାଡିଥିଲେ ଆଜି ପ୍ରଭାତଙ୍କୁ ଖଇରିଆ ନୁହେଁ ବରଂ ଧଳା ପୋଷାକରେ ଦେଖିବା ପାଇଁ ମିଳିଛି । ତେଣୁ ବଦଳୁଥିବା କପଡା ବଦଳିଥିବା ଅନ୍ଦାଜକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।










