27.7 C
Bhubaneswar
Sunday, April 19, 2026
Homeଅପରାଧପୀଡ଼ିତାଙ୍କ ମୁହଁରୁ ପ୍ରତାରଣାର କାହାଣୀ ଶୁଣିଲେ ଆସିଯିବ ଲୁହ

ପୀଡ଼ିତାଙ୍କ ମୁହଁରୁ ପ୍ରତାରଣାର କାହାଣୀ ଶୁଣିଲେ ଆସିଯିବ ଲୁହ

ନୂଆଦିଲ୍ଲୀ : ଗୋଟିଏ କଲେଜରେ ପଢ଼ୁଥିଲେ, ଦେଖା ହେବା ପରେ କହିଲେ ମୁଁ କରେଇ ଦେବି ଚାକିରି । ମିଠା ମିଠା କଥା କହିଲେ ଆଉ ପ୍ରେମରେ ଫଶାଇଲେ । ଶେଷରେ ବିବାହ କରିବାକୁ କହିଲେ ଆଉ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କଲେ । ନାସିକରୁ ଆସିଥିବା ଏଭଳି ଏକ ଖବର ଏବେ ହେଡଲାଇନ୍ ପାଲଟିଛି । ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରୁଥିବା ଯୁବତୀ କହିଛନ୍ତି ନିଜର ଦୁଃଖ ।

ପୀଡ଼ିତା ଜଣକ କହିଛନ୍ତି କି, ୨୦୨୨ ମସିହାରେ ପ୍ରଥମେ ଦାନିଶ ଶେଖଙ୍କ ସହ ତାଙ୍କର ଭେଟ ହୋଇଥିଲେ । ଗୋଟିଏ କଲେଜରେ ସେମାନେ ବଢ଼ୁଥିବାବେଳେ ସମ୍ପର୍କ ଆଗକୁ ବଢ଼ିଥିଲା । ଏହାସହ ଯୁବତୀଙ୍କୁ ଚାକିରି କରାଇଦେବି, ମୁଁ ବଡ଼ କମ୍ପାନୀରେ କାମ କରୁଛି ବୋଲି କହିଥିଲେ । ଏହାପରେ ପ୍ରତିଦିନ ଉଭୟଙ୍କ ଦେଖା ଆରମ୍ଭ ହୋଇଥିଲା । ଏହାପରେ ଯୁବତୀଙ୍କୁ ଏକାପାଇ ଚମ୍ବନ କରିଥିଲେ ଦାନିଶ । ଯୁବତୀ ଏହାକୁ ବିରୋଧ କରିଥିବାବେଳେ ସେ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ । ଯୁବତୀ ଜଣକ ଦ୍ବନ୍ଦରେ ପଡ଼ିଯାଇଥିଲେ । ପରେ ଉଭୟ ଯୋଗାଯୋଗରେ ରହିଥିଲେ । ବଉ ଯୁବତୀ ଜଣକ ପାଠପଢ଼ା ସରିବା ପରେ ପୁଣିଥରେ ଚାକିରି ପାଇଁ ଦାନିଶ କାମ କରୁଥିବା କମ୍ପାନୀରେ ଚାକିରି କରିଥିଲେ ।

ଗୋଟିଏ କମ୍ପାନୀରେ ଉଭୟ କାମ କରୁଥିବାବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢ଼ିଥିଲା । ସେମାନେ ଏକାଠି ବୁଲାବୁଲି କରିବା ସହ କ୍ୟାଣ୍ଟିନରେ ମଧ୍ୟ ସାଙ୍ଗହୋଇ ଖାଉଥିଲେ । ଆଉ ବିବାହ କରିବା ପାଇଁ କହିଥିବାବେଳେ ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ବାଧ୍ୟ କରିଥିଲେ । ଏହାସହ ଯୁବତୀଙ୍କୁ ଏକ ହୋଟେଲକୁ ନେଇ ସେଠାରେ ଖରାପ ସମ୍ପର୍କ ରଖିଥିଲେ । ଯାହାର ଭିଡିଓ ମଧ୍ୟ କରାଯାଇଥିଲା ।

ଏହି ଭିଡିଓର ଫାଇଦା ଉଠାଇଥିଲେ ଦାନିଶଙ୍କ ସାଙ୍ଗ ତୋସିଫ । ସେ ଏହି ଭିଡିଓକୁ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ । ଏହାସହ ତାଙ୍କସହ ସମ୍ପର୍କ ରଖିବାକୁ ମଧ୍ୟ ଚାପ ପକାଇଥିଲେ। ଯୁବତୀ ଜଣକ ମନା କରିବା ପରେ ସେ ଏହାକୁ ଭାଇରାଲ କରିବା ପାଇଁ ଧମକ ଦେଇଥିଲେ । ଏହାସହ ତାଙ୍କ ପ୍ରେମିକ ଦାନିଶଙ୍କୁ କହିବା ପରେ ସେ ଏହାକୁ ହାଲୁକା ଭାବେ ନେବା ସହ ଧର୍ମ ପରିବର୍ତ୍ତନ କର ଏବଂ ସାଙ୍ଗ ସହ ସମ୍ପର୍କ ରଖ ବୋଲି ମଧ୍ୟ କହିଥିଲେ । ଯୁବତୀ ଜଣକ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ । ଏ କଥା ସେ କାହାକୁ ମଧ୍ୟ କହିପାରିନଥିଲେ ।

ସବୁଠାରୁ ଦୁଃଖ ସତେବେଳେ ଯୁବତୀ ଜଣକ ପାଇଥିଲେ ଯେତେବେଳେ ସେ ଜାରିବାକୁ ପାଇଥିଲେ କି, ଦାନିଶ ବିବାହିତ । ତାଙ୍କର ଦୁଇ ସନ୍ତାନ ମଧ୍ୟ ରହିଛନ୍ତି । ମିଛ ଭଲ ପାଇବାର ନାଟକ କରିବା ସହ ସମ୍ପର୍କ ରଖିଥିଲେ । ଆଉ ଶେଷରେ ଅବିବାହିତ କହି ଦୁଇ ଛୁଆର ବାପା ବାହାରିଲେ । ମାନସିକ ଭାଙ୍ଗି ପଡ଼ିଥିବା ଯୁବତୀ ଶେଷରେ ଆଇନର ଆଶ୍ରୟ ନେଇଥିଲେ । ୨୦୨୨-୨୦୨୬ ପର୍ଯ୍ୟନ୍ତ ବାଧ୍ୟ କରି ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଆଉ ଶେଷରେ ଏତେ ବଡ଼ ପ୍ରତାରଣ କରିଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଏହି ଯୁବତୀ ଜଣକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking