27.7 C
Bhubaneswar
Sunday, April 19, 2026
Homeଦେଶ ବିଦେଶଇଟାଲୀରେ ଗୁରୁଦ୍ୱାର ବାହାରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା

ଇଟାଲୀରେ ଗୁରୁଦ୍ୱାର ବାହାରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଇଟାଲୀର ଏକ ଗୁରୁଦ୍ୱାର ବାହାରେ ଦୁଇଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତ ଯିଏକି ଜଣେ ଭାରତୀୟ ବୋଲି ବିଶ୍ୱାସ କରାଯାଉଛି, ଉଭୟଙ୍କୁ ଗୁଳି କରିବା ପରେ ଦୁର୍ବୁତ୍ତ ଫେରାର୍ ହୋଇଯାଇଛି। ବର୍ଗାମୋ ସହରକୁ ସିଲ୍ କରାଯାଇଛି । ଏବଂ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି। ହଠାତ୍ ଗୁଳି ଚାଳନା ଯୋଗୁଁ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗୁଳି ଚାଳନା ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଜଣାପଡିଥିଲା ​​ଯେ ଗୁଳି ଚଳାଇବା ପରେ ଆକ୍ରମଣକାରୀ ଫେରାର୍‌ ହୋଇଯାଇଥିଲା। ମୃତକ ଉଭୟ ଭାରତୀୟ ଶିଖ ସମ୍ପ୍ରଦାୟର ଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking