31.1 C
Bhubaneswar
Monday, May 25, 2026
Homeଓଡିଶାସମସ୍ତ ସହରରେ ଲାଗୁ ହେବ ପାର୍କିଂ ପଲିସି

ସମସ୍ତ ସହରରେ ଲାଗୁ ହେବ ପାର୍କିଂ ପଲିସି

ଭୁବନେଶ୍ୱର: ସହର ଗୁଡିକ ରେ ଯାନବାହନ ଚଳାଚଳ ବୃଦ୍ଧି ପାଉଥିବାରୁ ଆସୁଛି ଏହି ନିୟମ ।  ୨୦୧୭–୧୮ ମସିହା ସୁଦ୍ଧା ରାଜ୍ୟରେ ୯୧.୩ ଲକ୍ଷ ଯାନବାହନ ଥିଲା, ଯାହା ୨୦୨୩–୨୪ରେ ବୃଦ୍ଧି ପାଇ ୧.୫ କୋଟିରୁ ଅଧିକ ହୋଇଗଲାଣି । ଫଳରେ ଯାତାୟାତ ଏଵଂ ପାର୍କିଂରେ ଘୋର ଅସୁବିଧା ସୃଷ୍ଚି କରୁଛି ।  ଏଥିପାଇଁ ଚାହିଦା ଭିତ୍ତିକ ପାର୍କିଂ ଶୁଳ୍କ ନିର୍ଦ୍ଧାରିତ ହେବ ।  ତତ୍ ସହିତ ବ୍ୟସ୍ତ ଅଞ୍ଚଳରେ ଅଧିକ ଶୁଳ୍କ ଲାଗୁ ହେବ । ଅଫ୍-ଷ୍ଟ୍ରିଟ୍ ପାର୍କିଂକୁ ପ୍ରୋତ୍ସାହନ ଦିଆଯିବ । ରାସ୍ତାରେ ପାର୍କିଂ ତୁଳନାରେ ଅଫ୍-ଷ୍ଟ୍ରିଟ୍ ପାର୍କିଂକୁ ୨୫% ଶସ୍ତା କରାଯିବ। ଅନଧିକୃତ ପାର୍କିଂରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେବଳ ଏତିକି ନୁହେଁ ସରକାର ଙ୍କ ସୂଚନା ଅନୁଯାୟୀ  ଅବୈଧ ପାର୍କିଂରେ ଜରିମାନା ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଙ୍କୀର୍ଣ୍ଣ ରାସ୍ତାରେ ପାର୍କିଂ ନିଷେଧ ରହିବ  ୧୨ ମିଟରରୁ କମ୍ ପ୍ରଶସ୍ତ ରାସ୍ତାରେ ରାତିରେ ବା ସାଧାରଣ ପାର୍କିଂ ନିଷେଧ ରହିବ  । ଯାନ ପଞ୍ଜୀକରଣ ପୂର୍ବରୁ ପାର୍କିଂ ପ୍ରମାଣ ଦେବାକୁ ପଡିବ ।  ନୂତନ ଗାଡ଼ି କିଣିବା ପୂର୍ବରୁ ପାର୍କିଂ ବ୍ୟବସ୍ଥାର ପ୍ରମାଣ ଦେବାକୁ ପଡିପାରେ । ସ୍ମାର୍ଟ ପାର୍କିଂ ପ୍ରଣାଳୀ କାର୍ଯ୍ୟକାରୀ କରାଯିବ ।  ମୋବାଇଲ୍ ଆପ୍, ରିଅଲ୍-ଟାଇମ୍ ସ୍ଲଟ୍ ସୂଚନା, ଡିଜିଟାଲ୍ ପେମେଣ୍ଟ ଓ ଆଟୋମେଟେଡ୍ ସିଷ୍ଟମ୍ ଲାଗୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking