36.3 C
Bhubaneswar
Wednesday, April 15, 2026
Homeଦେଶ ବିଦେଶମୋଦୀ-ଟ୍ରମ୍ପ ମଧ୍ୟରେ ୪୦ ମିନିଟ୍‌ ଆଲୋଚନା

ମୋଦୀ-ଟ୍ରମ୍ପ ମଧ୍ୟରେ ୪୦ ମିନିଟ୍‌ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଛି । ପ୍ରାୟ ୪୦ ମିନିଟ ଧରି ଉଭୟ ନେତାଙ୍କ ମଧ୍ୟରେ ଚାଲିଥିବା ଏହି କଥାବାର୍ତ୍ତା ମୁଖ୍ୟତଃ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଓ ଅନ୍ତର୍ଜାତୀୟ ସ୍ଥିରତା ଉପରେ କେନ୍ଦ୍ରୀଭୂତ ଥିଲା । ଇସଲାମବାଦରେ ଆମେରିକା- ଇରାନ ଆଲୋଚନା ବିଫଳ ହେବା ପରେ ଉଭୟ ନେତାଙ୍କ କଥାବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି । ଦୁଇ ନେତା ବିଶ୍ୱର ଶକ୍ତି ସୁରକ୍ଷା ପାଇଁ ହର୍ମୂଜ ପ୍ରଣାଳୀକୁ ମୁକ୍ତ ଏବଂ ସୁରକ୍ଷିତ ରଖିବା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି । ବିଶ୍ୱରେ ଅଧିକାଂଶ ତୈଳ ରପ୍ତାନି ଏହି ମାର୍ଗ ଦେଇ ହେଉଛି । ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନାକୁ ନେଇ ଉଭୟ ଭାରତ ଓ ଆମେରିକା ନିଜର ଚିନ୍ତା ପ୍ରକଟ କରିଛନ୍ତି । ସାମୁଦ୍ରିକ ପରିବହନର ସ୍ୱାଧୀନତା ଏବଂ ଶକ୍ତି ସମ୍ପଦର ନିରନ୍ତର ଯୋଗାଣ ବଜାୟ ରଖିବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଏହି ଆଲୋଚନା ଭାରତ ଓ ଆମେରିକା ମଧ୍ୟରେ ଥିବା ସୁଦୃଢ ରଣନୈତିକ ସଂମ୍ପର୍କକୁ ପୁଣି ଥରେ ପ୍ରମାଣିତ କରିଛି । ଆଞ୍ଚଳିକ ସୁରକ୍ଷା ଓ ଅର୍ଥନୈତିକ ସ୍ଥିରତା କ୍ଷେତ୍ରରେ ଦୁଇ ଦେଶର ଚିନ୍ତାଧାରା ପ୍ରାୟ ସମାନ ବୋଲି କୂଚନୀତି ବିଶେଷଜ୍ଞ ମାନେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking