26.9 C
Bhubaneswar
Sunday, April 12, 2026
Homeଓଡିଶାନିଶାମୁକ୍ତ ଅଭିଯାନ ଆରମ୍ଭ କରିବ କଂଗ୍ରେସ

ନିଶାମୁକ୍ତ ଅଭିଯାନ ଆରମ୍ଭ କରିବ କଂଗ୍ରେସ

ଭୁବନେଶ୍ୱର: ଗତ ବର୍ଷ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିôବା ଗାନ୍ଧୀ ପଥେ ଓଡ଼ିଶା ଅଭିଯାନର ଏକ ଅଂଶ ଭାବେ ଆସନ୍ତା ୧୪ ଅପ୍ରେଲ ଠାରୁ ନିଶାମୁକ୍ତ ଓଡ଼ିଶା ଜନ ଜାଗରଣ ଅଭିଯାନ ପୁରୀ ଜିଲ୍ଲାର ସୁଅଣ୍ଡୋ ଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଛି । ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମଲ୍ଲିକ କହିଛନ୍ତି ଯେ ନିଶାର ଭୟାବହତା ବିଷୟରେ ଆମ୍ଭେମାନେ ସମସ୍ତେ ଅବଗତ ଅଛନ୍ତି ଏବଂ ସମସ୍ତ ପ୍ରକାର ଅଘଟଣ ଯଥା ସଡକ ଦୁର୍ଘଟଣା, ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ ଇତ୍ୟାଦିର ମୂଳ କାରଣ ନିଶା ଅଟେ । ଓଡ଼ିଶାକୁ ସାରା ବିଶ୍ୱରେ ଶ୍ରୀଜଗନ୍ନାଥ ଦେଶ ବୋଲି ଅଭିହିତ କରିଥାନ୍ତି କିନ୍ତୁ ଦୁଃଖର ବିଷୟ ଶ୍ରୀଜଗନ୍ନାଥ ଦେଶର ଗଳିଗଳିରେ ଆଜି ମଦ ଦୋକାନ । ଯୁବଗୋଷ୍ଠୀ ଆଜି ନିଶା ସେବନ କରି ପଥ ଭ୍ରଷ୍ଟ । ତେଣୁ ଆମ ପ୍ରିୟ ରାଜ୍ୟ ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପ୍ରଦେଶ ଅନୁସୂଚିତ ଜାତି ବିଭାଗ ସମଗ୍ର ଓଡ଼ିଶା ୩୧୪ଟି ବ୍ଲକର ନିଶାମୁକ୍ତ ଓଡ଼ିଶା ଜନଜାଗରଣ ଅଭିଯାନ ଚାଲୁ କରିବ ଏବଂ ସରକାର ଯେପର୍ଯ୍ୟନ୍ତ ଓଡ଼ିଶାରୁ ସମସ୍ତ ପ୍ରକାର ନିଶାର ପ୍ରଚଳନ ବନ୍ଦ ନ କରିଛନ୍ତି ଏହି ଅଭିଯାନ ଚାଲୁ ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସମ୍ପାଦିକା ଅନିମା ମିଞ୍ଜ, ପୁରୀ ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ଅଧ୍ୟକ୍ଷ ଗୋବିନ୍ଦ ମଲ୍ଲିକ, ଅନୁଗୁଳ ଜିଲ୍ଲା ଅଧ୍ୟକ୍ଷ ରାଜକିଶୋର ନାୟକ, ବରଗଡ ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଅଭିଶେକ ସେଠ୍‌, ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking