28.7 C
Bhubaneswar
Friday, April 10, 2026
Homeଓଡିଶାବାରହା ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ

ପୁରୀ: ବ୍ରହ୍ମଗିରି ରେଞ୍ଜ ଯଦୁପୁର ଗାଁରେ ବାରହା ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି ପ୍ରଥମେ ଗୁରୁତରଙ୍କୁ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି । ବ୍ରହ୍ମଗିରି ରେଞ୍ଜ ଯଦୁପୁର ଗାଁର ଅରକ୍ଷିତ ପଳେଇ  ଆଜି ନିଜ ଗାଁ ପାଖରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇ ଥିବାବେଳେ ବାରହା ଆକ୍ରମଣ କରିଛି । ତାଙ୍କ ଡାହାଣ ଗୋଡ଼କୁ କାମୁଡ଼ି ମାଂସ ଛିଣ୍ଡାଇ ଦେଇଛି ଗାଁ ଲୋକେ ପହଂଚି ଯିବାରୁ ବାରହା ଜଙ୍ଗଲକୁ ପଳାଇଛି ଗୁରୁତର ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ପୁରୀ ସଦର ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇଛି । ଖବର ପାଇ ବ୍ରହ୍ମଗିରି ବନ ବିଭାଗ ଟିମ ପହଁଚି ବାରହାକୁ ଧରିବାକୁ ଚେଷ୍ଟା କରୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking