ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ୟାସ ସଙ୍କଟ, କମୁନି ଉପଭୋକ୍ତାଙ୍କ ଯନ୍ତ୍ରଣା । ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା ଲଢ଼େଇରେ ସାମୟିକ ବିରତି ଚାଲିଛି । ଏପଟେ କିନ୍ତୁ ଗ୍ୟାସ ସିଲିଣ୍ଡର ସମସ୍ୟା ଦୂର ହେଉନି । ଏବେବି ରାଜ୍ୟର ବିଭିନ୍ନ ସ୍ଥାନର ଗ୍ୟାସ ଏଜେନ୍ସି ପରିସରରୁ ଭିଡ଼ର ଚିତ୍ର ସାମ୍ନାକୁ ଆସିଛି । ବିଶେଷ କରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଘରୋଇ ହଷ୍ଟେଲରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକ ।ପରିଚୟ ପତ୍ର ଦେଖାଇଲେ ୫କେଜି ଗ୍ୟାସ ସିଲିଣ୍ଡର ମିଳିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ହେଲେ ପ୍ରେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି ନା ଅନ୍ୟ କେଉଁ ଆଉଟଲେଟରେ ମିଳିବ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ଘର ଛାଡ଼ି ଅନ୍ୟତ୍ର ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।










