34.8 C
Bhubaneswar
Thursday, April 9, 2026
Homeଓଡିଶାକଂଗ୍ରେସ ଛାଡି ଓଡିଶା ଜନତା କଂଗ୍ରେସରେ ଯୋଗ ଦେଲେ ଅଶୋକ ପ୍ରତିହାରୀ

କଂଗ୍ରେସ ଛାଡି ଓଡିଶା ଜନତା କଂଗ୍ରେସରେ ଯୋଗ ଦେଲେ ଅଶୋକ ପ୍ରତିହାରୀ

ଭୁବନେଶ୍ୱର: କଂଗ୍ରେସ ଛାଡି ଓଡିଶା ଜନତା କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳିର କଂଗ୍ରେସ ବିଧାୟକ ପ୍ରାର୍ଥି ଅଶୋକ ପ୍ରତିହାରୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ସ୍ଥିତ ଏକ ମଣ୍ଡପରେ ଓଡିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଅଶୋକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓଡିଶା ଜନତା କଂଗ୍ରେସରେ ଯୋଗ ଦେଇଛନ୍ତି। ସାଧାରଣ ନିର୍ବାଚନ ପରେ କଂଗ୍ରେସ ତାଙ୍କୁ ଅଣଦେଖା କରୁଥିଲା , ଦଳରେ ତାଙ୍କୁ ସହଯୋଗ ନମିଳିବାରୁ, କଂଗ୍ରେସ ଛାଡିଥିବା କହିଛନ୍ତି। ଆଗାମୀ ଦିନରେ ଓଡିଶା ଜନତା କଂଗ୍ରେସ ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱର ହେବ ବୋଲି କହିଛନ୍ତି ଅଶୋକ ପ୍ରତିହାରୀ । କାର୍ଯ୍ୟକ୍ରମରେ ମହମ୍ମଦ ମୋକିମ ଯୋଗଦେଇ ଦଳକୁ କିପରି ତୃଣମୂଳ ସ୍ତରରେ ସୁଦୃଢ କରାଯିବ ସେନେଇ ନିଜର ମତ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking