25.7 C
Bhubaneswar
Tuesday, April 7, 2026
Homeଓଡିଶାବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସୋଆ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ...

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସୋଆ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ ତରଫରୁ କୁଇଜ୍ ଓ ବକୃତା ପ୍ରତିଯୋଗିତା ଆୟୋଜନ

ଭୁବନେଶ୍ୱର: ଚଳିତ ମାସ ୨୫ ତାରିଖରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌), ପ୍ରାଣୀ ଚିକି୍‌ତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଓ ଏହାର ନିକଟବର୍ତୀ ଅଂଚଳର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆସନ୍ତା ୧୨ ତାରିଖ ଦିନ ସକାଳ ୯ଟାରୁ କୁଇଜ ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଛି। ସୋଆ କ୍ୟାମ୍ପସ-୪ର ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ମଧ୍ୟରୁ ବକ୍ତୃତା ପ୍ରତିଯୋଗିତାର ବିଷୟ ବସ୍ତୁ ରହୌଛି ‘ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ଆପ୍ଲିକେସନ୍ ଇନ୍ ଆନିମଲ ମ୍ୟାନେଜମେଂଟ ପ୍ରାକ୍ଟିସେସ୍ ପଜେସ୍ ମୋର ଏଥିକାଲ୍ ରିସ୍କ ଅର୍ ବେନିଫିଟ୍ସ”। ଭୁବନେଶ୍ୱର ଏବଂ ଏହାର ଆଖପାଖ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିବା ନିମନ୍ତେ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ କୁମାର ଦାସ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ପ୍ରାଣୀ ଚିକିତ୍ସା ପାଳନ ଦିବସରେ ପୁରସ୍କୃତ କରିବା ସହ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରଫେସର (ଡାକ୍ତର) ଦାସ ପ୍ରକାଶ କରିଛନ୍ତି।
ସବିଶେଷ ବିବରଣୀ ଜାଣିବା ପାଇଁ ଦିଆଯାଇଥିବା ଉକ୍ତ ଫୋନ୍ ନମ୍ବର ୯୯୩୭୫୧୩୫୯୯ ଦ୍ୱାରା ସହଯୋଗ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking