27.7 C
Bhubaneswar
Tuesday, April 7, 2026
Homeଓଡିଶାନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ କବଜାରେ ଦୁଇ ନିଶା ମାଫିଆ

ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ କବଜାରେ ଦୁଇ ନିଶା ମାଫିଆ

ଭୁବନେଶ୍ୱର: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ କବଜାରେ ଦୁଇ ନିଶା ମାଫିଆ । ଆନ୍ଧ୍ର – ଓଡିଶା ସୀମାରୁ ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ନେଟୱାର୍କର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ଏକ ବଡ ଧରଣର ଡିଲର ସୂଚନା ପାଇବା ପରେ କୋରାପୁଟ କାକିର ଗୁମାରୁ ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସମେତ ଚୋରା ଚାଲାଣରେ ବ୍ୟବହୁତ ଦୁଇଟି ଗାଡିକୁ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଜବତ କରିଛି । ଗିରଫ ଦୁଇ ନିଶା ମାଫିଆ ହେଲେ କୋରାପୁଟ ଅଞ୍ଚଳର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଟିମକୁ ଦେଖି ସେମାନେ ଖସିବାକୁ ଉଦ୍ୟମ କରିଥିଲେ । ଛକାପଞ୍ଝା ପରେ ଏମାନେ ଧରାପଡିଥିଲେ । ଦୁଇ ମାଫିଆ କମିଶନ ନେଇ କାମ କରୁଥିବା ଟିମ ପଚରାଉଚରା ପରେ ଜାଣିବାକୁ ପାଇଛି । ଓଡିଶାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ଏହି ନେଟୱାର୍କର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଭୁବନେଶ୍ୱର ଅଧିକ ଅନୁସନ୍ଧାନ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking