25.9 C
Bhubaneswar
Monday, April 6, 2026
Homeଓଡିଶାଆଜାଦନଗର ବିସ୍ଫୋରଣ: ତଦନ୍ତ କରିବ ଏନଆଇଏ

ଆଜାଦନଗର ବିସ୍ଫୋରଣ: ତଦନ୍ତ କରିବ ଏନଆଇଏ

ଭୁବନେଶ୍ୱର : ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA । ବିସ୍ଫୋରଣ ଘଟଣାରେ ଅପରାଧିକ ଲିଙ୍କ୍, ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଏବଂ ତାଙ୍କ ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।
ତେବେ NIA ଏ ଘଟଣାର ତଦନ୍ତ କରିବା ନେଇ ମାମଲା ରୁଜୁ କରିଛି । ଏହାସହ ତଦନ୍ତର ପୁରା ଭାର କମିଶନରେଟ୍ ପୋଲିସ ଠାରୁ ହାତକୁ ନେଇଛି । ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDXର ବ୍ୟବହାର, ମୁଫିର ଆନ୍ତରାଜ୍ୟ ଲିଙ୍କ୍, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼ । ଠିକ୍ ସେହିପରି ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମୁଫିର ଗାର୍ଲଫ୍ରେଣ୍ଡକୁ ଅଧିକ ପଚରାଉଚରା କରୁଛି NIA ।ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣାରେ ୪ ଜଣ ଆହତ ହୋଇଥିଲେ । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking