26.1 C
Bhubaneswar
Sunday, April 5, 2026
Homeଦେଶ ବିଦେଶଛାଡ଼ପତ୍ର ହେବାପରେ ଝିଅକୁ ଭିନ୍ନ ଢ଼ଙ୍ଗରେ ସ୍ବାଗତ କଲେ ବାପା

ଛାଡ଼ପତ୍ର ହେବାପରେ ଝିଅକୁ ଭିନ୍ନ ଢ଼ଙ୍ଗରେ ସ୍ବାଗତ କଲେ ବାପା

ନୂଆଦିଲ୍ଲୀ : ଛାଡ଼ପତ୍ର ହେବାପରେ ଝିଅକୁ ଭିନ୍ନ ଢ଼ଙ୍ଗରେ ସ୍ବାଗତ କଲେ ବାପା । ଢ଼ୋଲ ବଜାଇଲେ, ମିଠା ଖୁଆଇଲେ । ଟି-ସାର୍ଟେର ଫଟୋ ଲଗାଇ କଲେ କଲେ ସ୍ବାଗତ । ମେରଠର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଝିଅର ବାପା ଜଣେ ଅବସରପ୍ରାପ୍ତ ବିଚାରପତି । ଟି-ସାର୍ଟରେ ଲେଖା ହୋଇଛି କି, ଆଇ ଲଭ୍ ମାଇଁ ଡଟର । ମୁଁ ମୋ ଝିଅକୁ ଭଲ ପାଏ। ଜଣେ ବାପାର ଝିଅ ପ୍ରତି ଥିବା ଭଲ ପାଇବା ଏଥିରେ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓକୁ ୟୁଜର୍ସମାନେ ସେୟାର କରୁଥିବାବେଳେ ଭିନ୍ନ ପ୍ରକାର କମେଣ୍ଟସବୁ ଦେଖିବାକୁ ମିଳିଛି । ମେରଠର ଶାସ୍ତ୍ରୀନଗର ଅଞ୍ଚଳରେ ଏହି ବିଚାରପତିଙ୍କ ଝିଅ ପ୍ରତିକ୍ଷାଙ୍କ ବିବାହ ହୋଇଥିଲା । ଜଣେ ମେଜରଙ୍କ ସହ ୨୦୧୮ ମସିହାରେ ତାଙ୍କର ବିବାହ ହୋଇଥିଲା ।

ସେମାନଙ୍କର ଗୋଟିଏ ସନ୍ତାନ ମଧ୍ୟ ରହିଛି । ବେଶ ହସଖୁସିରେ ତାଙ୍କ ପରିବାର ଚଳୁଥିଲା । ମାତ୍ର ପେର ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା । ଆଉ ଏବେ ସେମାନଙ୍କର ଛାଡ଼ପତ୍ର ହୋଇଛି । ଝିଅର ଛାଡ଼ପତ୍ର ହେବା ପରେ ବାପା ଦୁଃଖ ନୁହେଁ ବରଂ ଖୁସିର ସହ ଝିଅକୁ ସ୍ବାଗତ କରିଛନ୍ତି । ଯାହାଦ୍ବାରା ତାରଙ୍କର ମନୋବଳ ଭାଙ୍ଗିବା ବଦଳରେ ବଢ଼ିବ ବୋଲି ସେ ଆଶା ରଖିଛନ୍ତି । ତାଙ୍କ ବାପା କହିଛନ୍ତି କି, ଝିଅ କେବେ ମଧ୍ୟ ବୋଝ ନୁହେଁ । ଝିଅ ହେଉଛି ପରିବାର ଏକ ଅଭିଚ୍ଛେଦ୍ୟ ଅଙ୍ଗ । ଆମେ ସମାଜକୁ ଏହି ବାର୍ତ୍ତା ଦେବାକୁ ଚାହୁଁଛୁ କି, ଝିଅ ପୁଅ ସହ ସମାନ । ଝିଅ ଯେତେବେଳେ ମାନସିକ ଭାବେ ଭାଙ୍ଗି ପଡ଼ିଛି ଆମେ ତାଙ୍କୁ ଆଶ୍ବାଦେବା ସହ ଏମିତି ଖୁସିରେ ରଖିବା ଯେମିତି ସେ ନିଜର ଦୁଃଖକୁ ସହଜରେ ଭୁଲି ପାରିବ । ଯେମିତି ଝିଅକୁ ଶାଶୁ ଘରକୁ ଛାଡ଼ିଥିଲି ସେମିତି ଖୁସିରେ ଘରକୁ ସ୍ବାଗତ କରିଛି ବୋଲି କହିଛନ୍ତି । ଯାହାର ଭିଡିଓ ଭାଇରାଲ ହେଉଥିବାବେଳେ ଜଣେ ବାପାଙ୍କ ଝିଅ ପ୍ରତି ଥିବା ଭଲ ପାଇବାକୁ ଦର୍ଶାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking