ବାରିପଦା : କରଞ୍ଜିଆ ଘୂର୍ଣ୍ଣିଝଡରେ ଗୁରୁତର ଯୁବକଙ୍କ ଶନିବାର ମୃତ୍ୟୁ ଘଟିଛି। ସଲରାପଦା ଗାଁର ଗୁରୁତର ଯୁବକଙ୍କ ଘରେ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ଘରକୁ ଫେରିଥିଲେ। ଯୁବକଙ୍କ ମୃତ୍ୟୁକୁ ମିଶାଇ ଘୂର୍ଣ୍ଣିଝଡରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ମାର୍ଚ୍ଚ ୧୫ ତାରିଖରେ କରଞ୍ଜିଆରେ ଭୟଙ୍କର ଘୂର୍ଣ୍ଣିଝଡ ହୋଇଥିଲା। ଘଟଣା ଦିନ ୨ ଓ ପରେ ଭୁବନେଶ୍ୱରରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।









