ରାଞ୍ଜି : ଝିଅ ଆଗରେ ବାପାଙ୍କୁ ହତ୍ୟା । ୧୦ ବର୍ଷର ଝିଅ କରିବ ବା କ’ଣ ? ଆସିଲେ ଝଗଡ଼ା କଲେ ଆଉ ମାରି ଦେଇ ଚାଲିଗଲେ । ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରୁ ଆସିଛି ଏଭଳି ଏକ ଖବର । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଅଭିଯୁକ୍ତକୁ ଖୋଜୁଛି । ହତ୍ୟା କରିବା ପରେ ଅଭିଯୁକ୍ତ କାମିଲ୍ ଟପ୍ପୋ ଫେରାର ହୋଇଯାଇଛି । ମୃତକ ହେଲେ ରାଜେନ୍ଦ୍ର ମିଞ୍ଜ । ପ୍ରେମ ବ୍ୟାପାରରୁ ଏହି ହତ୍ୟା ଘଟିଥିବା ପୁଲିସ ସୂତ୍ରରୁ ଖବର ମିଳିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାଜେନ୍ଦ୍ର ଏବଂ କାମିଲ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ । ଉଭୟ ବିବାହିତ ହୋଇଥିଲେ ସୁଦ୍ଧା ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଝଗନା ଲାଗି ରହିଥିଲା । ୧୦ ବର୍ଷର ଝିଅ ସହ ଟମାଟେ ତୋଳିବାକୁ ଯାଇଥିଲେ ରାଜେନ୍ଦ୍ର । ଏହି ସମୟରେ କାମିଲ ଯାଇ ମହିଳାଙ୍କ ସହ ନମିଶିବା ପାଇଁ ବାରଣ କରିଥିଲେ । ଛୋଟ ଯୁକ୍ତିତର୍କରୁ ଆକ୍ରମଣ । ଆଉ ବାଡ଼ିରେ ପିଟିପିଟି ଝିଅ ଆଗରେ ହତ୍ୟା କରିଥିଲା ଅଭିଯୁକ୍ତ । ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି ଅଭିଯୁକ୍ତୁ। ପୁଲିସ ଧରିବା ପାଇଁ ଟିମ୍ ପ୍ରସ୍ତୁତ କରିଥିବାବେଳେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।










