33.1 C
Bhubaneswar
Friday, April 3, 2026
Homeଓଡିଶାରାଜ୍ୟରେ ୮ ତାରିଖ ଯାଏଁ ବର୍ଷା!

ରାଜ୍ୟରେ ୮ ତାରିଖ ଯାଏଁ ବର୍ଷା!

ଭୁବନେଶ୍ୱର: ରାଜ୍ୟରେ ୮ ତାରିଖ ଯାଏଁ ବର୍ଷା ନେଇ ପାଣିପାଗ ବିଭାଗ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିିଛି । ବିଜୁଳି, ଘଡଘଡି ସହ ବର୍ଷା ନେଇ କାଲି ପାଇଁ ୧୨ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି । ମୟୁରଭଞ୍ଜ , କେନ୍ଦୁଝର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନୂଆପଡା, ନବରଙ୍ଗପୁର, ବଲାଙ୍ଗିରକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏପଟେ ଝାରସୁଗୁଡାରେ ତାତି କଲବଲ କରୁଛି । ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ତାପମାତ୍ରା ଛୁଇଁଲାଣି ଚୂଡାନ୍ତ ସୀମା । ଜଳୁଛି ମାଟି, ତପୁଛି ପବନ । ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ଝାରସୁଗୁଡାରେ ତାପମାତ୍ରା ୪୦.୬ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଖରାରୁ ଟିକେ ଆଶ୍ୱସ୍ତି ପାଇବା ପାଇଁ ୮ ତାରିଖ ଯାଏଁ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking