ନୂଆଦିଲ୍ଲୀ: ପାକିସ୍ତାନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି କରିଛି । ଏହା ଗୋଟିଏ ମାସରୁ କମ ସମୟ ମଧ୍ୟରେ ଦ୍ୱିତୀୟ ବୃଦ୍ଧି, ଯାହା ମୂଲ୍ୟକୁ ଆକାଶ ଛୁଆଁ କରିଛି । ଇରାନ ବିବାଦ ଯୋଗୁଁ ବିଶ୍ୱ ତୈଳ ଦରରେ ବୃଦ୍ଧି ଯୋଗୁଁ ଏହା ବୃଦ୍ଧି ହୋଇଛି । ଏହିପରି ପାକିସ୍ତାନର ଶାହବାଜ ସରିଫ ସରକାର ବିଶ୍ୱ ତୈଳ ଦରରେ ବୃଦ୍ଧିର ବୋଝ ଜନସାଧାରଣ ଉପରେ ଲଦି ଦେଇଛନ୍ତି । ଗୁରୁବାର ଏବଂ ଶୁକ୍ରବାର ମଧ୍ୟବର୍ତ୍ତୀ ରାତିରୁ ଏହି ନୂତନ ଦର ଲାଗୁ ହୋଇଛି । ନୂତନ ଦର ଅନୁଯାୟୀ ଡିଜେଲର ମୂଲ୍ୟ ୫୪.୯ % ବୃଦ୍ଧି ପାଇ ୫୨୦. ୩୫ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ହୋଇଛି ଏବଂ ପେଟ୍ରୋଲର ମୂଲ୍ୟ ୪୨.୭% ବୃଦ୍ଧି ପାଇ ୪୫୮ .୪୦ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ହୋଇଛି । ନୂତନ ଦର ସହିତ ପେଟ୍ରୋଲ ପ୍ରତି ଲିଟର ୧୩୭.୨୩ ପାକିସ୍ତାନୀ ଟଙ୍କା ଏବଂ ଡିଜେଲ ୧୮୪.୪୯ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ।










