ଭୁବନେଶ୍ୱର: ଖୁବଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସଓପି। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏସଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ । ଝିଅ ଜନ୍ମ ହେବାର ବର୍ଷିକ ଭିତରେ ଖାତାକୁ ସରକାର ଟଙ୍କା ପଠାଇବେ । ୨୧ ବର୍ଷ ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ ।










