34.1 C
Bhubaneswar
Thursday, April 2, 2026
Homeଓଡିଶାଆଜିଠୁ କଡାକଡି ପିୟୁସିସି ଯାଞ୍ଚ

ଆଜିଠୁ କଡାକଡି ପିୟୁସିସି ଯାଞ୍ଚ

ଭୁବନେଶ୍ୱର: ଆଜିଠାରୁ କଡାକଡି ହେବ ପିୟୁସିସି ଯାଞ୍ଚ । ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିବା ବେଳେ ୨ ତାରିଖରୁ ଅର୍ଥାତ ଆଜିଠାରୁ ଜୋରଦାର ଯାଞ୍ଚ ହେବ । ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡକ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ ଯାଏ ଚାଲିବ । ସଡକ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହା ସହ ଅମାନିଆ ଗାଡି ଚାଳକଙ୍କୁ ନିୟନ୍ତ୍ରଣ ପାଇଁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଦିଆଯାଇଥିବା ମାର୍ଚ୍ଚ ୩୧ ସମୟସୀମା ଶେଷ ହୋଇଥିବାରୁ , ଏପ୍ରିଲ ୨ ଠାରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଛି । ସୂଚନା ଯୋଗ୍ୟ ଯେ, ପରିବହନ ବିଭାଗ ଏହି ଜୋରିମାନା କମାଇବା ପାଇଁ ପ୍ରସ୍ତାବ ଦେଇଛି । କିନ୍ତୁ ବର୍ତ୍ତମାନ ପୁରୁଣା ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking