32.1 C
Bhubaneswar
Tuesday, March 31, 2026
Homeଓଡିଶାଶାଶୂଙ୍କୁ ପନିକିରେ ହାଣିଲା ବୋହୂ

ଶାଶୂଙ୍କୁ ପନିକିରେ ହାଣିଲା ବୋହୂ

ଉଦଳା: ଗୁଣି ସନ୍ଦେହରେ ଶାଶୂଙ୍କୁ ଅତି ନିର୍ଦୟ ଭାବେ ଭର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏସବୁକୁ ଦେଖୁଥିଲା ପୁଅ । ଉଦଳା ଥାନା ଏନଏସି ୬ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା । ଗ୍ରାମର ସାବିତ୍ରୀ ଦତ୍ତ ସନ୍ଧ୍ୟା ସମୟରେ ଘକ ବାହାରେ ବସିଥିବା ବେଳେ ଅଚାନକ ବୋହୂ ମାମି ଦତ୍ତ ଘର ଭିତରୁ ବାହାରି ଆସି ସାବିତ୍ରୀ ଦତ୍ତ ସନ୍ଧ୍ୟା ସମୟରେ ଘର ବାହରେ ବସିଥିବା ବେଳେ ଅଚାନକ ବୋହୂ ମାମି ଦତ୍ତ ଘର ଭିତରୁ ବାହାରି ଆସି ସାବିତ୍ରୀଙ୍କୁ ଘର ଭିତରକୁ ଘୋଷାରି ଘୋଷାରି ନେଇ ବେତନବାଡିରେ ନିର୍ଘାତ ମାଡ ମାରିବା ପରେ ପନିକିରେ ହାଣି ଚାଲିଲା । ଶାଶୂ ସାବିତ୍ରୀଙ୍କ ମୁଣ୍ଡ ଦେହକୁ ପନିକିରେ ହାଣି ଜୀବନରୁ ମାରିଦେବାକୁ ବୋହୂ ମାମି ଉଦ୍ୟମ କରୁଥିବା ବେଳେ ସେଠାରେ ଛିଡା ହୋଇ ଏସବୁ ଦେଖୁଥିଲା ପୁଅ । ତେବେ ଆକ୍ରମଣରେ ଗୁରୁତର ହୋଇ ସାବିତ୍ରୀ ଚିତ୍କାର କରିବାରୁ ପଡ଼ିଶା ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ସହିତ ପୁଲିସକୁ ଖବର ଦେଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୂଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ହାଣିଥିବା ବୋହୂକୁ ନିଜ ହେପାଜତକୁ ନେଇଛି। ସେପଟେ ଗୁଣି ଗାରେଡ଼ି ସନ୍ଦେହରେ ବୋହୂ ହାଣିଥିବା କହିଛନ୍ତି ସାବିତ୍ରୀ। ଅନ୍ୟପଟେ ଦେହରେ ଠାକୁରାଣୀ ଆସିଥିବାରୁ ସେ ଏପରି କରିଥିବା କହୁଛି ବୋହୂ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking