32.1 C
Bhubaneswar
Tuesday, March 31, 2026
Homeଓଡିଶାକଟକ ହାଇକୋର୍ଟ ଆଗରେ ଜଳିଲା ଗାଡି: ମହିଳା ନିଆଁ ଲଗାଇଥିବା ଦୃଶ୍ୟ କ୍ୟାମେରାରେ କଏଦ

କଟକ ହାଇକୋର୍ଟ ଆଗରେ ଜଳିଲା ଗାଡି: ମହିଳା ନିଆଁ ଲଗାଇଥିବା ଦୃଶ୍ୟ କ୍ୟାମେରାରେ କଏଦ

କଟକ: ହାଇକୋର୍ଟ ପଛପଟ ପାଚେରୀକୁ ଲାଗି କାଳିଗଳିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ କତାର ସ୍ଥାନରେ ତିନୋଟି ବାଇକ ଏବଂ ଏକ ସ୍କର୍ପିଓ କାରରେ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଲୋକେ ଗାଡିର ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିଶମ ବିଭାଗର ଦୁଇଟି ଗାଡି ନିଆଁ ଲିଭାଇଥିଲେ ମଧ୍ୟ ୪ଟି ଗାଡି ସମ୍ପୁର୍ଣ୍ଣ ଜଳିଯାଇଛି । କେଉଁ ପରିସ୍ଥିତିରେ ଏହା ଘଟିଲା ତାହାର କାରଣ ଅସ୍ପଶ୍ଟ ରହିଛି ।ତେବେ କେଉଁ ପରିସ୍ଥିତି ରେ ନିଆଁ ଲାଗିଲା, କହି ଜାଣିଶୁଣି ଏପରି କରିଛି କି । ଏହାର ଏକ ବଡ ଧରଣର ଯାଞ୍ଚ ହେବ ଦରକାର ବୋଲି ଆଇନଯିବି ଦାବି କରିଛନ୍ତି । ପରେ ଉକ୍ତ ଘଟଣାରେ ଏକ ଚାଞ୍ଚଲ୍ୟ କର ଖୁଲାସା ହୋଇଛି । ଜଣେ ମହିଳା ପେଟ୍ରୋଲ ଧରି ନିଆଁ ଲଗାଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ହାଇକୋର୍ଟ ପରିସରରେ ଥିବା ଗାଡି ଉପରକୁ ମହିଳା ଜଣଙ୍କ ପେଟ୍ରୋଲ ଫିଙ୍ଗିଛନ୍ତି । ତେବେ ମହିଳା ଜଣଙ୍କ କାହିଁକି ଏଭଳି କଲେ ତାହା ଏକ ବଡ ପ୍ରଶ୍ନ । କିଏ ତାଙ୍କୁ ଏଭଳି ଘଟଣା ଘଟାଇବା ପାଇଁ ଉସୁକାଇଛନ୍ତି ନା ଅନ୍ୟ କେଉଁ କାରଣ ତାହା ଏଯାଏଁ ଅସ୍ପଷ୍ଟ ରହିିଛି ।ସୂଚନା ପାଇ ପୋଲିସ ଏହି ଘଟଣା ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking