33.1 C
Bhubaneswar
Tuesday, March 31, 2026
Homeଓଡିଶାପାଇଖାନା ଟାଙ୍କିରୁ ହାତୀ ଛୁଆ ଉଦ୍ଧାର

ପାଇଖାନା ଟାଙ୍କିରୁ ହାତୀ ଛୁଆ ଉଦ୍ଧାର

ଢେଙ୍କାନାଳ: ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସଦର ରେଞ୍ଜ ଗଦାଶିଳା ସେକ୍ସନ ଅନ୍ତର୍ଗତ ଚାଇଁପୁର ଗ୍ରାମ ମଣିଦେବୀ ଉଚ୍ଚ ବିଦ୍ୟାଳୟ ପଛପଟେ ବାସ କରୁଥିବା ଶ୍ରୀକାନ୍ତ ସାହୁଙ୍କ ପାଇଖାନା ଟାଙ୍କିରେ ଏକ ୩ରୁ ୪ ବର୍ଷର ହାତୀ ଛୁଆ ଗଳି ପଡିଥିଲା । ହାତୀ ଛୁଆଟି ଦଳ ଭିତରୁ ବାଟ ହୁଡି ଚାଲିଆସିଥିଲା । ଟାଙ୍କିରେ ପଡିବା ପରେ ହାତୀ ରଡି କରିବାରୁ ଶ୍ରୀକାନ୍ତଙ୍କ ପରିବାର ଓ ପଡୋସୀ, ଗାଁ ଲୋକ ସେଠାରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ଗାଁର ଜଣଙ୍କ ଜେସିବି ମେସିନ ସାହାର୍ଯ୍ୟରେ ମାଟି ତାଡି ସମତଳ କରାଯିବା ପରେ ରାତି ୧.୩୦ରେ ହାତୀ ଛୁଆଟି ଉପରକୁ ଉଠି ଜଙ୍ଗଲକୁ ଚାଲିଯାଇଥିଲା । ଦୀର୍ଘ ଅଢେଇ ଘଣ୍ଟାର ପରିଶ୍ରମ ପରେ ରାତି ୧.୩୦ ବେଳକୁ ସୁରକ୍ଷିତ ଭାବରେ ହାତୀ ଛୁଆ ଉଦ୍ଧାର ହୋଇ ଦଳ ଖୋଜିବାକୁ ଜଙ୍ଗଲ ମୁହାଁ ହୋଇ ଚାଲିଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking