ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ଶଙ୍ଖ ଛାଡି, ପଦ୍ମ ଧରିଛନ୍ତିା ବରଦାଙ୍କ ସହ ୮ ଜଣ କାଉନସିଲର ମଧ୍ୟ ବିଜେପିରେ ମିଳିଛନ୍ତି । ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।










