28.1 C
Bhubaneswar
Saturday, March 28, 2026
Homeଓଡିଶାବଲାଙ୍ଗୀର ଜିଲ୍ଲା ସାଲେଭଟା ସ୍ଥିତ ଖଲିଆପାଲିରେ ମେଗା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗୀର ଜିଲ୍ଲା ସାଲେଭଟା ସ୍ଥିତ ଖଲିଆପାଲିରେ ମେଗା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗୀର: କଟକ ସାମନ୍ତସହି ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ 56 ତମ ନିଶୁଳ୍କ (ମାଗଣା ) ମେଗା ସ୍ୱାସ୍ଥ୍ୟ ସେବା ଶିବିର ବଲାଙ୍ଗୀର ଜିଲ୍ଲା ସାଲେଭଟା ସ୍ଥିତ ଖଲିଆପାଲି ଠାରେ ମାର୍ଚ୍ଚ 28 ତାରିଖ 2026 ଶନିବାର ଦିନ ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଅନ୍ୟ ଅତିଥି ମାନଙ୍କ ଗହଣ ରେ ବଲାଙ୍ଗୀର ମୁଖ୍ୟ ଜିଲ୍ଲା ମେଡିକାଲ ଅଫିସର (ସିଡିଏମଓ ) ଉଦଘାଟନ କରଥିଲେ। ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ତଥା ମୁଖ୍ୟ ଆୟୋଜକ ଏସସିବି ମେଡିକାଲ କଲେଜ ର ପୂର୍ବତନ ଅଧକ୍ଷ ଓ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞନ ବିଶ୍ୱବିଦ୍ୟାଳୟ ର ପ୍ରଥମ କୁଳପତି ମୂତ୍ର ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଦାତ୍ତେଶ୍ୱର ହୋତା ଉପସ୍ଥିତ ଥିଲେ,ଟ୍ରଷ୍ଟର ମହାନ ଲକ୍ଷ୍ୟ ଓ ଉଦେଶ୍ୟ ଅନୁସାରେ ଅନ୍ୟାନ ଶିବିର ଭଳି ଏ ଶିବିର ବି ଖଲିଆପାଲୀ ଭଳି ଦୁର୍ଗମ ଅଞ୍ଚଳ ରେ ଅନୁଷ୍ଠିତ ହୋଇଥିଲା, ଆଦିବାସୀ ଅଧ୍ୟୁଷିତ ଓ ପ୍ରତିଷ୍ଠିତ ଡାକ୍ତରଙ୍କ ଦ୍ୱାରା ଅପହଞ୍ଚ ଥିବା ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଥିଲା। ସାଧାରଣ ଭାବେ କଟକ ମେଡିକାଲ କଲେଜ ଓ ନମି ଦାମୀ ମେଡିକାଲ ର, ଯେଉଁ ପ୍ରତିଷ୍ଠିତ ସୁପର ସ୍ପେସିଆଲିଟି ଡାକ୍ତର ଦ୍ୱାରା ଚିକିତ୍ସା ପାହିବା ଦୂର ମୂଲ୍ୟ ଓ ଦୁରୂହ ଅଟେ ସେହି ଭଳି ବିଶେଷଜ୍ଞ ଡାକ୍ତର ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଇଥିଲା।ଏଥିରେ କଟକ, ବୁର୍ଲା, ସମ୍ବଲପୁର, ଓ ବଲାଙ୍ଗୀର, ର ବିଭିନ୍ନ ରୋଗର ଚିକିତ୍ସକ ଓ ବିଶେଷଜ୍ଞ 22 ଜଣ ଡାକ୍ତର ଯୋଗଦେଇ ବିଭିନ୍ନ ବର୍ଗର ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେଇଥଲେ। ଏପରିକି ରୋଗୀମାନଙ୍କ ରକ୍ତ, ଚକ୍ଷୁ, ଦାନ୍ତ, ପରୀକ୍ଷା ସହ ଇସିଜି ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା।କେବଳ ଚିକିତ୍ସା ସେବା ନୁହେଁ, ଆବଶ୍ୟକ
ଔଷଧ, ଚଷମା, ଅଣ୍ଟା ଓ ବେକ ବେଲ୍ଟ, ଆଣ୍ଠୁ କ୍ୟାପ ବିନମୂଲ୍ୟ ରେ ପ୍ରଦାନ କରିବା ସହ ଫୋଜିଓଥେରାପି କରାଯଇଥିଲା।ଖାଦ୍ୟ ମଧ୍ୟ ଦିଆଯାଇଥିଲା, ଖଲିପାଲି ଆଇ- ଡ୍ରିମ ପବ୍ଲିକ ସ୍କୁଲ ରେ ଅନୁଷ୍ଠିତ ଏହି ଶିବିର ପରିଚାଳନା ପାଇଁ ସ୍କୁଲର ଅଧକ୍ଷ, ଶିକ୍ଷକ ଓ ଛାତ୍ର, ଛାତ୍ରୀ, ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା।ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ଟ୍ରଷ୍ଟ ର କର୍ମ କର୍ତା ଓ ସ୍ବେଛାସେବୀ ମାନେ ଶିବିର ପରିଚାଳନା କରିଥିଲେ,ଟ୍ରଷ୍ଟ ଏହି ସେବା ଆଗାମୀ ଦିନରେ ଜରି ରହିବ ବୋଲି ମୁଖ୍ୟ ପରିଚାଳକ ଡାକ୍ତର ହୋତା କହିଛନ୍ତି। ଏହି ଦାତବ୍ୟ ସ୍ୱାସ୍ଥ୍ୟ ମେଳାରେ ଭିନ୍ନକ୍ଷମ, ବୁଢା, ବୁଢୀ ଙ୍କ ଠାରୁ ଆରମ୍ଭ କରି ଶିଶୁ ଙ୍କ ପର୍ଯ୍ୟନ୍ତ ପ୍ରାୟ ଏକ ହଜାର ରୋଗୀଙ୍କୁ ଆଧୁନିକ ଚିକିତ୍ସା ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking