37.1 C
Bhubaneswar
Friday, May 15, 2026
Homeଦେଶ ବିଦେଶନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ଗିରଫ

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ଗିରଫ

ନେପାଳ: ନେପାଳରେ ନୂଆ ସରକାର ଗଠନ ହେବା ମାତ୍ରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନେତୃତ୍ୱରେ ଗଠିତ ସରକାର ଶପଥ ଗ୍ରହଣ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏକ ବଡ଼ ପଦକ୍ଷେପ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ କରିଛନ୍ତି।’ଜେନ-ଜି’ ବିକ୍ଷୋଭ ସମୟରେ ଛାତ୍ରମାନଙ୍କ ମୃତ୍ୟୁ ଘଟଣାରେ ଏହି ଦୁଇ ନେତାଙ୍କୁ ଦାୟୀ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଲେନ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ତଦନ୍ତ କମିଶନଙ୍କ ରିପୋର୍ଟକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ବିକ୍ଷୋଭ ସମୟରେ ନିରୀହ ଛାତ୍ରଙ୍କ ଉପରକୁ ଗୁଳି ଚଳାଯାଇଥିଲା, ଯେଉଁଥିରେ ଅନେକ ଛାତ୍ରଙ୍କ ଜୀବନ ଯାଇଥିଲା।ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରଥମେ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ହେପାଜତକୁ ନିଆଯାଇଥିଲା ଏବଂ କିଛି ସମୟ ପରେ ଓଲିଙ୍କୁ ମଧ୍ୟ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking